ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ  ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବା ପାଇଁ ପୁଣି ଏମସ୍‌ ଗଲେ  ପ୍ରଧାନମନ୍ତ୍ରୀ ମୋଦୀ

0

ନୂଆଦିଲ୍ଲୀ:  ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜେପେୟୀଙ୍କୁ ଦିଲ୍ଲୀ ସ୍ଥିତ ଏମସ୍‌ରେ ଗତ ଦୁଇମାସ ଧରି ଚିକିତ୍ସା କରାଯାଉଛି । ବୁଧବାର ସନ୍ଧ୍ୟା ସମୟରେ ଏମସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବା ସହ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝିଥିଲେ ।

ବୃକକରେ ସଂକ୍ରମଣ, ଛାତିରେ କଫ ଜମିବା ଓ ମୂତ୍ର ସଂକ୍ରମଣ ପାଇଁ ଅଟଳ ବିହାରୀ ବାଜପେୟୀଙ୍କୁ ଏମସ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏକ ଡାକ୍ତରୀଦଳ ତାଙ୍କର ସ୍ୱାସ୍ଥ୍ୟାବସ୍ଥା  ଉପରେ ନଜର ରଖିଛନ୍ତି ।

Leave A Reply