ଚଳଚ୍ଚିତ୍ର ଦେଖିବାକୁ ଭଲପାଉଥିଲେ ବାଜପେୟୀ

0

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଗୁରୁବାର ପରଲୋକ ଘଟିଛି। ବାଜପେୟୀ ଜଣେ ଲୋକପ୍ରିୟ ଓ ସକ୍ରିୟ ରାଜନେତା ଥିଲେ ମଧ୍ୟ ଅବସର ସମୟରେ ସେ ସିିନେମା ଦେଖିବାକୁ ପସନ୍ଦ କରୁଥିଲେ। ହିନ୍ଦୀ ଚଳଚ୍ଚିତ୍ର ଦେବଦାସ, ବଦଙ୍ଗି, ତିସରୀ କସମ୍‍, ସୀତା ଔର ଗୀତା ଭଳି ଚଳଚ୍ଚିତ୍ର ଦେଖିବାକୁ ସେ ବହୁତ ପସନ୍ଦ କରୁଥିଲେ। ବାଜପେୟୀ ହେମା ମାଳିନୀଙ୍କର ଚଳଚ୍ଚିତ୍ର ସୀତା ଔର ଗୀତାକୁ ଅଧିକ ପସନ୍ଦ କରୁଥିଲେ। ଏହି ଚଳଚ୍ଚିତ୍ରକୁ ସେ ୨୫ଥର ଦେଖିଥିଲେ। ଇଂରାଜୀ ଚଳଚ୍ଚିତ୍ର ‘ଦ ବ୍ରିଜ୍‍ ଅନ୍‍ ଦି ରିଭର’ ଥିଲା ଅଟଳ ବିହାରୀ ବାଜପେୟୀଙ୍କର ସବୁଠାରୁ ପ୍ରିୟ ଇଂରାଜୀ ଚଳଚ୍ଚିତ୍ର। ଲତା ମଙ୍ଗେସକରଙ୍କ ଗୀତ ଶୁଣିବାକୁ ବାଜପେୟୀ ବେଶ୍‍ ପସନ୍ଦ କରୁଥିଲେ।

Leave A Reply