ଆଷ୍ଟ୍ରାଜେନିକା ଟିକା ପ୍ରସ୍ତୁତିରେ ତ୍ରୁଟି

ଲଣ୍ଡନ : ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ କରୋନା ଟିକାରେ ତ୍ରୁଟି ରହିଥିବା କମ୍ପାନୀ ସ୍ବୀକାର କରିଛି। କରୋନା ଟିକା ପ୍ରସ୍ତୁତିରେ ଆଗରେ ରହିଥିବା ଆଷ୍ଟ୍ରାଜେନିକାର ଏହି ସ୍ବୀକାର ତା’ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ସୋମବାର ଆଷ୍ଟ୍ରାଜେନିକା ଘୋଷଣା କରିଥିଲା ଯେ ଏହାର ଟିକା ୭୦%ରୁ ଅଧିକ ପ୍ରଭାବଶାଳୀ ରହିଛି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ସହିତ ମିଶି ଆଷ୍ଟ୍ରାଜେନିକା କରୋନା ଟିକା ପ୍ରସ୍ତୁତ କରୁଛି। ତେବେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ କହିଛି ଯେ ଶେଷ ପର୍ଯ୍ୟାୟ ପରୀକ୍ଷାରେ ସାମିଲ କେତେକ ସ୍ବେଚ୍ଛାସେବୀଙ୍କୁ ପୂର୍ଣ୍ଣ ଡୋଜ ପରିବର୍ତ୍ତେ ଅଧା ଡୋଜ ଦିଆଯାଇଛି। ଆଷ୍ଟ୍ରାଜେନିକାର ମୁଖପାତ୍ର କହିଛନ୍ତି ଯେ ଟିକାର ପରୀକ୍ଷା ସମୟରେ ସର୍ବାଧିକ ମାନକ ରକ୍ଷା ନିମନ୍ତେ ଗୁରୁତ୍ବ ଦିଆଯାଇଛି।

Comments are closed.