ଆସନ୍ତା ବର୍ଷରୁ ଭୁବନେଶ୍ବରରେ ଟିକା ଉତ୍ପାଦନ

ଭୁବନେଶ୍ବର : ରାଜଧାନୀ ଉପକଣ୍ଠ ଅନ୍ଧାରୁଆଠାରେ ଭାରତ ବାୟୋଟେକ୍‌ ପକ୍ଷରୁ ହେବାକୁ ଥିବା ଟିକା ଉତ୍ପାଦନ କେନ୍ଦ୍ରରେ ଆସନ୍ତା ବର୍ଷ ଜୁନ୍‌ ସୁଦ୍ଧା ଉତ୍ପାଦନ ଆରମ୍ଭ ହେବା ସମ୍ଭାବନା ରହିଛି । ଓଡ଼ିଶା ଗସ୍ତରେ ଆସିଥିବା ଭାରତ ବାୟୋଟେକ୍‌ର ଅଧ୍ୟକ୍ଷ ଡାକ୍ତର କ୍ରିଷ୍ଣା ଇଲାଙ୍କ ଗସ୍ତ ପରେ ଏନେଇ ଆଲୋଚନା ହେଉଛି । ଡ. ଇଲା ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ସଚିବ ମନୋଜ କୁମାର ମିଶ୍ରଙ୍କ ସହ ଏ ସମ୍ପର୍କରେ ବିସ୍ତୃତ ଆଲେଚନା କରିଛନ୍ତି। ସୂଚନା ଅନୁଯାୟୀ, ଅନ୍ଧାରୁଆ ୟୁନିଟ୍‌ରେ କରୋନା ଓ ମେଲେରିଆ ସହ ପ୍ରାୟ ୧୦ ପ୍ରକାରର ଉନ୍ନତ ମାନର ଟିକା ଉତ୍ପାଦନ ଯୋଜନା ରହିଛି।

Comments are closed.