ନାକରେ ମିଳିବ ବୁଷ୍ଟର ଡୋଜ୍‍!

ନୂଆଦିଲ୍ଲୀ : ନାକ ଦ୍ୱାରା ମିଳିପାରେ ବୁଷ୍ଟର ଡୋଜ୍‍। ଭାରତର ଡିସିଜିଆଇ ଭାରତ ବାୟୋଟେକକୁ ତା’ର ନାକରେ ଦେବାକୁ ଥିବା କରୋନା ଟିକାର ବୁଷ୍ଟର ଡୋଜ୍‍ ର ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛି।
ଏହି କରୋନା ଟିକା ଦେଶରେ କରୋନା ବିରୁଦ୍ଧରେ ଜାରି ରହିଥିବା ଲଢେଇ ସହ ଆଉ ଏକ ମୁକାବିଲା କରିବାରେ ସାହାଯ୍ୟ କରିବ । ନାକ ମାଧ୍ୟମରେ ଦେବାକୁ ଥିବା ଏହି କରୋନା ଟିକା ଦେଶର ନଅଟି ସ୍ଥାନରେ ପରୀକ୍ଷା କରାଯିବ । ଭାରତରେ ଏହି ମହାମାରୀ ବିରୁଦ୍ଧରେ ଭାରତ ବାୟୋଟେକ୍ ବଡ଼ ସଫଳତା ହାସଲ କରିଛି। କମ୍ପାନୀ ବର୍ତ୍ତମାନ ବୁଷ୍ଟର ଡୋଜ ପାଇଁ ନାକ ମାଧ୍ୟମରେ ଦେବାକୁ ଥିବା କରୋନା ଟିକା ପ୍ରସ୍ତୁତ କରୁଛି ।
ରିପୋର୍ଟ ଅନୁଯାୟୀ, ଭାରତ ବାୟୋଟେକ ଏହାର ନାକ ମାଧ୍ୟମରେ ଦେବାକୁ ଥିବା କରୋନା ଟିକାକୁ ଟୀକାକରଣ କରିଥିବା ଲୋକଙ୍କ ପାଇଁ ବୁଷ୍ଟର ଡୋଜ ଭାବରେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛି । ଯେଉଁମାନେ ପୂର୍ବରୁ କୋଭାକ୍ସିନ୍ ନେଇଛନ୍ତି ସେମାନଙ୍କ ଉପରେ ଏହି ଟିକା ପରୀକ୍ଷା କରାଯିବ। ଭାରତ ବାୟୋଟେକ ଏହା ପୂର୍ବରୁ ଘୋଷଣା କରିଥିଲା ଯେ ଏହା ଦ୍ୱାରା ନିର୍ମିତ ନାସାଲ ଟିକା ସୁରକ୍ଷିତ, ପିଲାମାନଙ୍କ ପାଇଁ ସହନଶୀଳ। ବୈଜ୍ଞାନିକଙ୍କ କହିବାନୁଯାୟୀ, ଇଣ୍ଟ୍ରାନାସାଲ୍ ଟିକା ନାକ ଏବଂ ଫୁସଫୁସରେ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିବ। ଏହା ଭୂତାଣୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିବ ।

Comments are closed.