୧୨ରୁ ୧୮ବର୍ଷଙ୍କ ପାଇଁ ଶୀଘ୍ର ଆସୁଛି ଟିକା

ନୂଆଦିଲ୍ଲୀ: ଔଷଧ କମ୍ପାନୀ ଜାଇଡସ୍ କାଡିଲା ୧୨ରୁ ୧୮ବର୍ଷର ଶିଶୁଙ୍କ ନିମନ୍ତେ ପ୍ରସ୍ତୁତ କରିଥିବା କରୋନା ଟିକା ଜାଇକୋଭ୍-ଡି ଖୁବ୍ଶୀଘ୍ର ବ୍ୟାବହାରିକ ଅନୁମତି ପାଇବାକୁ ଯାଉଛି। ଏହାର ଜରୁରୀ ବ୍ୟାବହାରିକ ଅନୁମତି ନିମେନ୍ତ କମ୍ପାନୀ ଜୁଲାଇ ୧ରେ ଭାରତ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ନିକଟରେ ଆବେଦନ କରିଛି। କେନ୍ଦ୍ର ସରକାର ଶୁକ୍ରବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଏହା ଦର୍ଶାଇଛନ୍ତି। ସରକାର ସତ୍ୟପାଠରେ କହିଛନ୍ତି ଯେ ଗୁଜରାଟର ଔଷଧ କମ୍ପାନୀ ଜାଇଡସ୍ କାଡିଲା ଏହାର ଟିକାକୁ ୧୨ରୁ ୧୮ବର୍ଷ ପିଲାଙ୍କଠାରେ ପରୀକ୍ଷା କରିଛି। ଜାଇକୋଭ୍-ଡିକୁ ଅନୁମତି ମିଳିଲେ ଏହା ଭାରତରେ ପଞ୍ଚମ କରୋନା ଟିକା ହେବ। ପୂର୍ବରୁ କୋଭିସିଲ୍ଡ, କୋଭାକ୍ସିନ, ସ୍ପୁଟନିକ ଭି ଓ ମଡେର୍ଣ୍ଣା ଟିକାକୁ ସରକାର ଅନୁମତି ଦେଇଛନ୍ତି। ମେ ୧୨ରେ ଭାରତ ବାୟୋଟେକ୍ ପ୍ରସ୍ତୁତ ଟିକାକୁ ୨ରୁ ୧୮ବର୍ଷ ପିଲାଙ୍କଠାରେ ପରୀକ୍ଷା ନିମନ୍ତେ ଡିସିଜିଆଇ ଅନୁମତି ଦେଇଛି।

Comments are closed.