ବିନା ପଞ୍ଜୀକରଣରେ ଟିକାଦାନ? ଫେରିଲେ ଯୁବବର୍ଗ

ଉତ୍ତରଭୁବନେଶ୍ୱର: ସମଗ୍ର ଦେଶରେ ୨୧ ତାରିଖରୁ ନୂତନ ମାର୍ଗଦର୍ଶିକା ଅନୁସାରେ ଟିକାକରଣ କରାଯିବାକୁ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ଆଜି ବିଭିନ୍ନ ଟିକାଦାନ କେନ୍ଦ୍ରରେ ଯୁବବର୍ଗ ଅର୍ଥାତ୍ ୧୮ରୁ ୪୪ ବର୍ଷର ଲୋକେ ଟିକା ନେବାକୁ ଧାଡ଼ି ଲଗାଇଥିଲେ। କିନ୍ତୁ ସେମାନଙ୍କୁ ଟିକାଦାନ କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଛି।

ଲୋକଙ୍କ କହିବା କଥା ଗତ କିଛିଦିନ ହେଲା ବିଭିନ୍ନ ଗଣମାଧ୍ୟମରେ ଟିକାଦାନ ପାଇଁ ଆଉ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ ବୋଲି ପ୍ରଚାର ହୋଇଥିବା ବେଳେ ଆଜିଠାରୁ ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ପଞ୍ଜୀକରଣ ସହିତ ଟିକାଦାନ ହେବ ବୋଲି କୁହାଯାଇଥିଲା। କିନ୍ତୁ ଆଜି ଟିକାଦାନ କେନ୍ଦ୍ରକୁ ଯିବା ପରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ଯେଉଁମାନେ ଅନଲାଇନରେ ପଞ୍ଜୀକରଣ କରିଥିବେ ସେମାନେ ଟିକା ନେଇ ପାରିବେ ବୋଲି ପକ୍ଷରୁ କୁହାଯାଇଥିଲା। ଜିଜିପି, ନହରକଣ୍ଟା, ସତ୍ୟନଗର, ସହିଦନଗର, ଝାରପଡ଼ା, ଗାଡ଼କଣ ଆଦି ବିଭିନ୍ନ ଟିକାଦାନ କେନ୍ଦ୍ରରେ ଏପରି ଘଟିଥିବା ଜାଣିବାକୁ ମିଳିଛି। ଏ ସମ୍ପର୍କରେ ଟିକାଦାନ ଦାୟିତ୍ୱରେ ଥିବା ଅଧିକାରୀ ପ୍ରକାଶ ଦାଶ କହିଛନ୍ତି, ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ମାର୍ଗଦର୍ଶିକା ଆସିନଥିବା କହିଥିବା ବେଳେ ସମୟ ଲାଗିବ ବୋଲି କହିଛନ୍ତି।

Comments are closed.