ଲକ୍ଷ୍ୟ ପୂରଣ ପାଇଁ ପଞ୍ଚାୟତ ସ୍ତରରେ ଦିଆଯିବ ଟିକା

ପାତ୍ରପୁର : ଦେଶରେ ଶହେକୋଟି ଲୋକଙ୍କୁ କେରୋନା ଟିକା କରଣ ସମ୍ପୂର୍ଣ୍ଣ ଦେବା ଅବସରରେ ପାତ୍ରପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସାମନ୍ତର।ପୁର ପଂଚାୟତ ଠାରେ ଏକ ଉତ୍ସବ ପାଳିତ ହୋଇଯାଇଛି। ଟିକା କରଣ କେନ୍ଦ୍ରରେ ଶହେ ତମ ଟିକା ନେଇ ଥିବା ସୁମନ୍ତ ନାୟକଙ୍କୁ ଡା. ସମ୍ବିତ କୁମାର ବେଗରାୟ ପୁଷ୍ପଗୁଛ ଦେଇସମ୍ମାନୀତ କରିଥିଲେ। ପାତ୍ରପୁର ବ୍ଳକର ତିନିଗୋଟି ପଞ୍ଚାୟତ ବାଦପୁର, ସାମନ୍ତରା ପୁର ଏବଂ ଜରଡ।ରେ ଶତପ୍ରତିଶତ ଟିକାକରଣ ସମ୍ପୂର୍ଣ୍ଣ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ଏହି ବ୍ଳକରେ  ୬୦,୦୪୦ଜଣ ପ୍ରଥମ ପାନ ଟିକା ନେଇଥିବା ବେଳେ ତାହା  ୬୬.୬୬ %  ଏବଂ   ୪୧,୪୦୧ ଜଣ ଦ୍ୱିତୀୟ ପାନ ଟିକା ନେଇଛନ୍ତି ଯାହା ୪୫.୯୬ ପ୍ରତିଶତ।

ବ୍ଳକର ଦୁଇ ଆଦିବାସୀ ପଞ୍ଚାୟତରେ ଟିକାକରଣ ବହୁ ମାତ୍ରାରେ କମି ଯାଇଛି । ଏହାକୁ ଦେଖି ପ୍ରତି ପଞ୍ଚାୟତସ୍ତରରେ ଟିକା ଦାନ ସହିତ ଦୁଇ ଆଦିବାସୀ ପଞ୍ଚାୟତର  ବିଭିନ୍ନ ସ୍ଥାନରେ  ଟିକା ଦିଆଯିବ। ଆଗାମୀ ଅକ୍ଟୋବର ୩୧ସୁଦ୍ଧା ଏହି ଲକ୍ଷ୍ର ପୂରଣ କରାଯିବ ବୋଲି ଡାକ୍ତର ସମ୍ବିତ କୁମାର ବେଗରାୟ ସୂଚନା ଦେଇଛନ୍ତି ।

Comments are closed.