ଡିସେମ୍ବର ସୁଦ୍ଧା ଭାରତରେ ସରିବ ଟିକାକରଣ

ନୂଆଦିଲ୍ଲୀ: ଭାରତରେ କୋଭିଡ ଟିକାକରଣ ପ୍ରକ୍ରିୟା ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷହେବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭାଡେକର କହିଛନ୍ତି। ଏଠାରେ ଏକ ସାମ୍ବାଦିକ ସମ୍ମଳିନୀରେ ପ୍ରକାଶ କରି ସେ କହିଛନ୍ତି ଯେ ଗତ ସପ୍ତାହରେ ସ୍ୱାସ୍ଥ୍ର୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଡିସେମ୍ବର ସୁଦ୍ଧା ଦେଶରେ ୨୧୬ କୋଟି ପାନ ଟିକା ଉତ୍ପାଦନ କରାଯାଇ ୧୦୮ କୋଟି ଲୋକଙ୍କୁ ଦିଆଯିବ। ସୂଚନାଯୋଗ୍ୟ ଯେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଭାରତରେ କୋଭିଡ-୧୯ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ସରକାରଙ୍କୁ ଆକ୍ଷେପ କରିବା ପରେ ପରେ ଜାଭାଡେକର ଏହା ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ଗୁରୁବାର ଏଆଇସିସିର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସରକାରଙ୍କୁ ଟିକା ନୀତି ନେଇ ତୀବ୍ର ସମାଲୋଚନା କରିଥିଲେ।

Comments are closed.