ଆଜି ରାଜ୍ୟର ୧୫ ଜିଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଓଡ଼ିଶାର ୧୫ ଜିଲାରେ ବୁଧବାର ଦିନ ଟିକାକରଣକୁ ବନ୍ଦ ରଖାଯାଇଛି। ଆବଶ୍ୟକ ପରିମାଣର ଟିକା ମହଜୁଦ ନଥିବାରୁ ଏହି ଜିଲାଗୁଡିକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଟିକାକରଣ ବନ୍ଦ ରଖାଯାଇଛି। ଏହି ଜିଲାଗୁଡିକ ହେଉଛି କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର, ଦେବଗଡ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ବାଲେଶ୍ୱର, ବରଗଡ, ବଉଦ ଓ କଟକ। ରାଜ୍ୟରେ ଟିକା ପହଞ୍ଚିବାପରେ ଏହିସବୁ ଜିଲାଗୁଡିକରେ ଟିକାକରଣ ପୁନଶ୍ଚ ଆରମ୍ଭ କରାଯିବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ ଯେ ତାଲାବନ୍ଦ ସମୟରେ ମଧ୍ୟ ରାଜ୍ୟର ଟିକାକରଣ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Comments are closed.