ଟିକାକରଣ ଦ୍ବାରା ଭାରତରୁ କୋଭିଡ୍‍ ସଙ୍କଟ ଦୂର କରା ଯାଇପାରିବ : ଡକ୍ଟର ଆନ୍ଥୋନି ଫୌସି

ୱାଶିଂଟନ : ଭାରତରେ ଲୋକମାନଙ୍କୁ କେବଳ ଟିକାକରଣ ଦ୍ବାରା ହିଁ ଦୀର୍ଘକାଳ ପାଇଁ କୋଭିଡ୍‍ ସଙ୍କଟକୁ ଦୂର କରା ଯାଇପାରିବ। ଆମେରିକାର ଜଣେ ବରିଷ୍ଠ ଜନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ଆନ୍ଥୋନି ଫୌସି ଏହା କହିଛନ୍ତି। କରୋନା ଟିକା ଦେଶ ଭିତରେ ଓ ବିଦେଶରେ ଉତ୍ପାଦନ ବୃଦ୍ଧି କରାଯାଇ ଏହି ମହାମାରୀ ବିରୋଧରେ ବିଶ୍ୱସ୍ତରରେ ଲଢେଇ କରାଯାଇପାରିବ ବୋଲି ସେ କହିଛନ୍ତି।
ଆମେରିକାର ଜାତୀୟ ସଂକ୍ରାମକ ରୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ୮୦ ବର୍ଷ ବୟସ୍କ ଡାକ୍ତର ଆନ୍ଥୋନୀ କହିଛନ୍ତି, ଲୋକମାନଙ୍କୁ ଟିକା ଦେବାଦ୍ୱାରା ଏହି ରୋଗକୁ ଦମନ କରାଯାଇପାରିବ। ସେ କହିଛନ୍ତି, ଭାରତ ହେଉଛି ଏକ ବୃହତ ଟିକା ଉତ୍ପାଦନକାରୀ ରାଷ୍ଟ୍ର ଏବଂ ଏହା ଦେଶ ଭିତରୁ ଓ ବିଦେଶରୁ ସମ୍ବଳ ସଂଗ୍ରହ କରିବାର ଆବଶ୍ୟକତା ରହିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ଚିକିତ୍ସା ଉପଦେଷ୍ଟା ଡକ୍ଟର ଆନ୍ଥୋନି ଗଣମାଧ୍ୟମକୁ କହିଛନ୍ତି, ଅନ୍ୟ ଦେଶଗୁଡ଼ିକ ଭାରତରୁ ଟିକା ତିଆରି ତଥ୍ୟ ସଂଗ୍ରହ କରି ନିଜ ନିଜ ଦେଶରେ ଉତ୍ପାଦନ କରିପାରିବେ କିମ୍ବା ଭାରତରୁ ଦାନ ସୂତ୍ରରେ ଟିକା ସଂଗ୍ରହ କରିବାର ଆବଶ୍ୟକତା ରହିଛି। ଏଣୁ ବଡ଼ ବଡ଼ କମ୍ପାନୀଗୁଡ଼ିକ ଏ କ୍ଷେତ୍ରରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Comments are closed.