ବରିଷ୍ଠ ନାଗରିକଙ୍କୁ ଟିକାଦାନ ଆରମ୍ଭ ; ପ୍ରଥମ ଦିନରେ ଜିଲାରେ ୬୦୨ ନେଲେ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ସୋମବାର ଦିନ ଠାରୁ ବରିଷ୍ଠ ନାଗରିକଙ୍କୁ କରୋନା ଟୀକାଦାନ ଆରମ୍ଭ ହୋଇଛି। ଏହି ଅବସରରେ ଜିଲାର ୫ଟି ଟିକାଦାନ କେନ୍ଦ୍ରରେ ମୋଟ ୬୦୨ ଜଣ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯାଇଛି।  ଜିଲା ମୁଖ୍ୟଡାକ୍ତରଖାନା ଏମସିଏଚ ଠାରେ ୧୭୧ ଜଣ ବରିଷ୍ଠ ନାଗରୀକ ପ୍ରଥମ ଦିନରେ କରୋନା ଟିକା ନେଇଛନ୍ତି। ସେହିପରି ପାପଡାହାଣ୍ଡି, କୋଷାଗୁମୁଡା, ହାଟଭରଣ୍ଡି, ଓ ଉମକୋଟ ଠାରେ ଟିକା ଦିଆଯାଇଛି। ଜିଲା କେନ୍ଦ୍ରରେ ଅତିରିକ୍ତ ଜିଲାପାଳ ନିମାଇଁ ଚରଣ ସୁତାର, ଏସ୍‍ପି ପ୍ରହଲ୍ଲାଦ ସହାୟ ମୀନା,  ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଚୌଧୂରୀ ଡଃ.ଶୋଭାରାଣୀ ମିଶ୍ର  ଓ ଭେଷଜ ବିଶେଷଜ୍ଞ ଡଃ.ମନ୍ମଥନାଥ ବିଷୋୟୀ ,ଡିପିଏମ୍‍ ସୁଶାନ୍ତ କୁମାରୀ ପ୍ରହରାଜ ଓ ଡାକ୍ତରଖାନା ପରିଚାଳିକା ରୂପସୀ ନାୟକଙ୍କର ସମେତ ଅନ୍ୟାନ୍ୟ ମେଡିକାଲ କର୍ମଚାରୀ  ଓ ନର୍ସ ଉପସ୍ଥିତ ଥିଲେ। ସପ୍ତାହରେ ୫ଦିନ ଏହି ଟିକାଦାନ ନିୟମିତ ଭାବେ ଚାଲିବ ବୋଲି ଜଣାପଡିଛି।

Comments are closed.