ଆସନ୍ତାକାଲିଠାରୁ ୪୫ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଟିକାକରଣ

ଆସନ୍ତାକାଲିଠାରୁ ୪୫ବର୍ଷରୁ ଊର୍ଦ୍ଧ୍ବ ବୟସର ସବୁ ଲୋକମାନଙ୍କୁ କୋଭିଡ ଟିକା ଦିଆଯିବ। ୧୯୭୭ ମସିହା ଜାନୁୟାରୀ ପହିଲା ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ଏହି ଟିକା ନେଇପାରିବେ। ପୂର୍ବରୁ ବହୁବିଧ ରୋଗରେ ପୀଡିତ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କୁ ଟୀକା ଦିଆଯାଉଥିବା ବେଳେ ଏବେ ସେହି ପ୍ରତିବନ୍ଧକ ଆଉ ରହିବ ନାହିଁ ଫଳରେ ଟିକାଦାନ ବ୍ୟବସ୍ଥା ସରଳ ହୋଇପାରିବ। ଆସନ୍ତାକାଲିଠାରୁ ଟିକା ନେବା ପାଇଁ ଲୋକମାନେ ପଞ୍ଜିକରଣ କରିପାରିବେ।

ପୂର୍ବରୁ ଅନ୍‍ଲାଇନରେ ପଞ୍ଜିକରଣ କରିଥିବା ବ୍ୟକ୍ତିମାନେ ପୁନର୍ବାର ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ। ସେମାନେ ସରକାରୀ ଓ ବେସରକାରୀ କେନ୍ଦ୍ରଗୁଡ଼ିକରୁ ଟିକା ନେଇପାରିବେ। ଯଦି କୌଣସି ଡାକ୍ତରଖାନା ବା ଟିକାଦାନ କେନ୍ଦ୍ର ଏହି ନିର୍ଦ୍ଦେଶାବଳୀ ନ ମାନିବେ ତେବେ ସେମାନଙ୍କ ବିରୁଦ୍ଧରେ ୧୦୭୫ ନମ୍ବରକୁ ଫୋନ୍‍ କରି ଅଭିଯୋଗ କରାଯାଇ ପାରିବ।

Comments are closed.