ଦେଶବ୍ୟାପୀ ୩୫ ଲକ୍ଷ ୨୭ ଜଣଙ୍କୁ ଟିକାକରଣ

ଦେଶବ୍ୟାପୀ ଚାଲିଥିବା କୋଭିଡ଼- ୧୯ ଟିକାକରଣ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଟିକାକରଣ ସଂଖ୍ୟା ୩୫ ଲକ୍ଷ ୨୭ ରହିଛି। ୬୨ ହଜାର ୯୩୯ଟି ସେସନରେ ଏହି ଟୀକା ପ୍ରଦାନ କରାଯାଇଛି।

ଆଜି ସୁଦ୍ଧା ଆଣ୍ଡାମାନ ନିକବରରେ ୨୭୨୭ ଜଣଙ୍କୁ କୋଭିଡ ଟିକା ଦିଆଯାଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧ ଲକ୍ଷ ୭୭ ହଜାର ୮୫୬, ଅରୁଣାଚଳ ପ୍ରଦେଶରେ ୯ ହଜାର ୨୨୬, ଆସାମରେ ୩୬ ହଜାର ୭୭୧, ବିହାରରେ ୧ ଲକ୍ଷ ୧୦ ହଜାର ୩୮୨, ଚଣ୍ଡିଗଡ଼ରେ ୨ ହଜାର ୯୭୭, ଛତିଶଗଡ଼ରେ ୬୨ ହଜାର ୫୨୯, ଦାଦର ଓ ନଗର ହାଭେଳିରେ ୬୦୭, ଡାମନ ଡ଼ିଉରେ ୩୩୩, ଦିଲ୍ଲୀରେ ୪୮ ହଜାର ୮, ଗୋଆରେ ୩୩୯୧, ଗୁଜରାଟରେ ୨ ଲକ୍ଷ ୧୬ ହଜାର ୪, ହରିୟାଣାରେ ୧ ଲକ୍ଷ ୨୩ ହଜାର ୯୩୫, ହିମାଚଳ ପ୍ରଦେଶରେ ୨୨ ହଜାର ୯୧୮, ଜାମ୍ମୁ କାଶ୍ମୀରରେ ୨୬ ହଜାର ୬୩୪, ଝାଡ଼ଖଣ୍ଡରେ ୩୩ ହଜାର ୭୪, କର୍ଣ୍ଣାଟକରେ ୩ ଲକ୍ଷ ୭ ହଜାର ୭୫୨, କେରଳରେ ୧ ଲକ୍ଷ ୩୫ ହଜାର ୮୩୨, ଲଦାଖରେ ୯୮୯, ଲାକ୍ଷାଦ୍ଵୀପରେ ୬୪୬, ମଧ୍ୟ ପ୍ରଦେଶରେ ୨ ଲକ୍ଷ ୨୨ ହଜାର ୧୯୩, ମହାରାଷ୍ଟ୍ରରେ ୨ ଲକ୍ଷ ୫୭ ହଜାର ୧୭୩, ମଣିପୁରରେ ୩ ହଜାର ୩୯୯, ମେଘାଳୟରେ ୪ ହଜାର ୨୦୦, ମିଜୋରାମରେ ୮ ହଜାର ୪୯୭, ନାଗାଲାଣ୍ଡରେ ୩ ହଜାର ୯୭୩, ଓଡିଶାରେ ୨ ଲକ୍ଷ ୫ ହଜାର ୨୦୦, ପୁଡୁଚେରୀରେ ୨ ହଜାର ୨୯୯, ପଞ୍ଜାବରେ ୫୪ ହଜାର ୯୯୧, ରାଜସ୍ଥାନରେ ୨ ଲକ୍ଷ ୭୩ ହଜାର ୮୬୬, ସିକିମରେ ୧ ହଜାର ୯୭୬, ତାମିଲନାଡୁରେ ୯୭ ହଜାର ୧୨୫, ତେଲେଙ୍ଗାନାରେ ୧ ଲକ୍ଷ ୫୭ ହଜାର ୮୩୧, ତ୍ରିପୁରାରେ ୨୭ ହଜାର ୬୧୭, ଉତ୍ତର ପ୍ରଦେଶରେ ୪ ଲକ୍ଷ ୩୧ ହଜାର ୮୭୯, ଉତ୍ତରାଖଣ୍ଡରେ ୨୫ ହଜାର ୬୭, ପଶ୍ଚିମବଙ୍ଗରେ ୨ ଲକ୍ଷ ୨୦ ହଜାର ୩୫୬ ଏବଂ ଅନ୍ୟାନ୍ୟ ୮୪ ହଜାର ୪୦୧ଟି ଟିକା ଦିଆଯାଇଛି।

ଏବେସୁଦ୍ଧା ମାତ୍ର ୨୧୩ ଜଣଙ୍କ ଦେହରେ ଟୀକା ନେବା ପରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲେ ମଧ୍ୟ ସେମାନେ ବିପଦ ମୁକ୍ତ ଥିବା ସୂଚନା ମିଳିଛି।

Comments are closed.