ପହଞ୍ଚିଲା ୧ ଲକ୍ଷ ‘କୋଭିସିଲ୍ଡ’ ଟିକା, ଆଜି ୧୭ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର: ରାଜ୍ୟରେ ଗୁରୁବାର ଅପରାହ୍ଣରେ ‘କୋଭିସିଲ୍ଡ’ ଟିକାର ୧ ଲକ୍ଷ ପାନ ଆସି ପହଞ୍ଚିଛି। ଭୁବନେଶ୍ବର ବିମାନ ବନ୍ଦରରେ ଟିକା ପହଞ୍ଚିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ବଣ୍ଟନ ଲାଗି ତତ୍ପରତା ପ୍ରକାଶ ପାଇଛି। ଟିକା ଆସିବା ପରେ ୩ ମହାନଗର ନିଗମ ସମେତ କେତେକ ଜିଲାକୁ ପଠାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ହେଲେ ବହୁ ଜିଲାରେ ଟିକା ଅଭାବ ଏବେ ଉତ୍କଟ ସମସ୍ୟା ସୃଷ୍ଟି କରୁଛିି। ଟିକା ଅଭାବରୁ ବୁଧବାର ୧୧ଟି ଜିଲାରେ ଟିକାକରଣ କାର୍ଯ୍ୟକ୍ରମ ବାତିଲ କରାଯାଇଥିବାବେଳେ ଗୁରୁବାର ୧୬ଟି ଜିଲାରେ ଏବଂ ଶୁକ୍ରବାର ୧୭ଟି ଜିଲାରେ ଟିକାକରଣ କାର୍ଯ୍ୟକ୍ରମକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାତିଲ କରାଯାଇଛି।

ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ ଆସନ୍ତାକାଲି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ବର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ, ରାୟଗଡା ଓ ସୁବର୍ଣ୍ଣପୁରରେ ଟିକାକରଣ ହେବନାହିଁ। ତେ​‌ବେ ୧୦୨ଟି କେନ୍ଦ୍ରରେ ଟିକାକରଣ କରାଯିବ, ସେଥିରୁ ଭୁବନେଶ୍ବରରେ ୬୯ଟି କେନ୍ଦ୍ରରେ ଟିକାକରଣ କରାଯିବ।

Comments are closed.