ଯାଜପୁର ସହ ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଯାଜପୁର : ଯାଜପୁର ଜିଲ୍ଲାରେ ଜୁଲାଇ ୩ ଯାଏଁ ଟିକାକରଣ ବନ୍ଦ । ଏନେଇ ଟୁଇଟ ଯୋଗେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।  କେବଳ ଯାଜପୁର ନୁହେଁ ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋରାପୁଟ, ବଲାଙ୍ଗିର, ଅନୁଗୁଳ, ବାଲେଶ୍ବର, ଢେଙ୍କାନାଳ, ଝାରସୁଗୁଡା, ସୋନପୁର ଏମିତି ୧୧ ଜିଲ୍ଲାରେ ଟିକାକରଣ ବନ୍ଦ । ଟିକାକରଣ ଚାଲୁ ରଖିବାକୁ କେନ୍ଦ୍ର ସରକାରଙ୍କୁ ୬ ଲକ୍ଷ ଡୋଜ୍ ଟିକା ରାଜ୍ୟ ସରକାର ମାଗିଥିଲେ । ମାତ୍ର ଟିକା ନଆସିଥିବାରୁ ରାଜ୍ୟରେ ୧୫ ଶହ ୬୦ ଟିକାକରଣ କେନ୍ଦ୍ରରୁ ୧୩ ଶହ ୫୦ ଟିକାକରଣ କେନ୍ଦ୍ର ବନ୍ଦ ରହିଛି ।

Comments are closed.