ଖୋଲାବଜାରରେ ମିଳିବ କୋଭିସିଲ୍ଡ ଓ କୋଭାକ୍ସିନ

ନୂଆଦିଲ୍ଲୀ : କରୋନା ମହାମାରୀ ସହ ଲଢେଇ କରିବାକୁ ଜାରି ରହିଛି ଟିକାକରଣ। ପ୍ରତ୍ୟେକ ଚିକିତ୍ସାକେନ୍ଦ୍ର ଓ ହସ୍ପିଟାଲରେ କରୋନା ଟିକାକରଣ କରାଯାଉଥିବା ବେଳେ ଏଣିକି ଖୋଲା ବଜାରରେ ମିଳିବ କରୋନା ଟିକା। ଡିସିଜିଆଇ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନର କମ୍ପାନୀକୁ ସର୍ତ୍ତମୂଳକ ଭାବେ ଅନୁମତି ମିଳିଥିବା ନେଇ ଆଜି ସୂଚନା ମିଳିଛି। ମାତ୍ର କୌଣସି ଔଷଧ ଦୋକନାରେ ଏହା ମିଳିବ ନାହିଁ। ହସ୍ପିଟାଲ ଓ କ୍ଲିନିକରୁ ଟିକା ମିଳିବ। ଟିକାକରଣର ତଥ୍ୟ ପ୍ରତି ଛଅ ମାସରେ ଡିସିଜିଆଇକୁ ପ୍ରଦାନ କରାଯିବ।
ଆଜି କିଛି ସର୍ତ୍ତ ସହ ପ୍ରାପ୍ତ ବୟସ୍କଙ୍କ ବ୍ୟବହାର ପାଇଁ ବଜାରରେ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଛି।

Comments are closed.