ଜନଜାତି ଗାଁ ପାଦପଥରରେ କରୋନା ଟୀକା ପ୍ରଦାନ

ଗୁରୁଡିଝାଟିଆ : ରାଧାକୃଷ୍ଣପୁର ପଞ୍ଚାୟତର ଜନଜାତି ଗାଁ ପାଦପଥରରେ  କରୋନା ଟୀକା ପ୍ରଦାନ କରାଯାଇଛି । ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ୧୮୦ଜଣଙ୍କୁ ୧ମ ପାନ କରୋନା ଟୀକା ପ୍ରଦାନ କରାଯାଇଛି । ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସଙ୍କ ଉପସ୍ଥିତିରେ ପିଏଚଇଓ କବିତାରାଣୀ ଦାସ, ସ୍ୱାସ୍ଥ୍ୟ ପରିଦର୍ଶକ ରମାକାନ୍ତ ସିହ୍ନା, ପି୍ରୟଙ୍କା ରାଉତ, ରଶ୍ମୀତା ମିଶ୍ର ପ୍ରମୁଖ ପ୍ରଥମେ ଘରଘର ବୁଲି ଜନଜାତିଙ୍କୁ ବୁଝାଇ ଟୀକାକରଣ କେନ୍ଦ୍ରକୁ ଆଣିଥିଲେ । ଏହାପରେ ୧୮୦ଜଣଙ୍କୁ ଟୀକା ପ୍ରଦାନ କରାଯାଇଥିଲା ।

Comments are closed.