୫୫ ଦିନରେ ଟିକାକରଣ, ଟିକା ନେଲେଣି ୨ କୋଟି ୫୬ ଲକ୍ଷ ୯୦ ହଜାର ୫୪୫

ଦେଶରେ କରୋନା ମହାମାରୀର ପ୍ରଭାବ କମ୍‍ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା କୋଭିଡ୍‍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଆଗେଇ ଚାଲିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ସୁଦ୍ଧା ୨ କୋଟି ୫୬ ଲକ୍ଷ ୯୦ ହଜାର ୫୪୫ ଜଣଙ୍କୁ ଟିକାକରଣ କରାଯାଇଛି। ସାରା ଦେଶରେ ଟିକାକରଣର ଆଜି ୫୫ତମ ଦିନ ହୋଇଥିବା ବେଳେ ମୋଟ୍‍ ୪ ଲକ୍ଷ ୭୮ ହଜାର ୧୬୮ଟି ସେସନରେ ଏହି ସଂଖ୍ୟକ ଟିକାକରଣ କରାଯାଇଛି। ଏମାନଙ୍କ ମଧ୍ୟରେ ୭୧ ଲକ୍ଷ ୯୭ ହଜାର ୧୦୦ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଥମ ଡୋଜ୍‍ ଟିକା ଦିଆଯାଇଥିବା ବେଳେ ୪୦ ଲକ୍ଷ ୧୩ ହଜାର ୨୪୯ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦ୍ୱିତୀୟ ଡୋଜ୍‍, ୭୦ ଲକ୍ଷ ୫୪ ହଜାର ୬୫୯ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍‍ ଏବଂ ୬ ଲକ୍ଷ ୩୭ ହଜାର ୨୮୧ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଦ୍ୱିତୀୟ ଡୋଜ୍‍ ଟିକାକରଣ କରାଯାଇଛି।

ସେହିପରି ବହୁବିଧ ରୋଗରେ ପିଡ଼ିତ ୪୫ବର୍ଷରୁ ଊର୍ଦ୍ଧ୍ବ ୯ ଲକ୍ଷ ୬୭ ହଜାର ୫୮ ଜଣଙ୍କୁ ଏବଂ ୬୦ବର୍ଷରୁ ଊର୍ଦ୍ଧ୍ବ ୫୮ ଲକ୍ଷ ୧୫ ହଜାର ୬୬୪ ଜଣଙ୍କୁ କୋଭିଡ୍‍ ପ୍ରତିଷେଧକ ଟିକାର ପ୍ରଥମ ଡୋଜ୍‍ ଦିଆଯାଇଛି। ଟିକା ନେବା ପରେ କେତେକ କ୍ଷେତ୍ରରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲେ ମଧ୍ୟ ସାମଗ୍ରୀକ ଭାବେ ଟିକାକରଣର କୌଣସି କୁପ୍ରଭାବ ପରିଲକ୍ଷିତ ହୋଇନାହିଁ।

Comments are closed.