ଜୁଲାଇ ୨୧ରୁ ଭୁବନେଶ୍ବରରେ ଗର୍ଭବତୀଙ୍କୁ ଟିକାକରଣ, ସପ୍ତାହରେ ୨ଦିନ; ବୁଧ ଓ ଶନିବାର ଗର୍ଭବତୀଙ୍କୁ ଦିଆଯିବ ଟିକା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗର୍ଭବତୀଙ୍କୁ କୋଭାକ୍ସିନ ଟିକା ଦେବା ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗର୍ଭବତୀମାନଙ୍କ ପାଇଁ ଜୁଲାଇ ୨୧ରୁ ଭୁବନେଶ୍ବରରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଗର୍ଭବତୀମାନଙ୍କୁ ସପ୍ତାହକୁ ୨ଦିନ ଟିକା ଦିଆଯିବ। କେବଳ ବୁଧବାର ଓ ଶନିବାର ଗର୍ଭବତୀମାନଙ୍କୁ ଟିକା ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱରରେ ଗର୍ଭବତୀଙ୍କ ପାଇଁ ଜୁଲାଇ ୨୧ ତାରିଖରୁ ଟିକାକରଣ ଆରମ୍ଭ କରାଯିବ ଏବଂ ସେମାନଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ। ବିଏମ୍‌ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ସମେତ ଭୁବନେଶ୍ୱରରେ ଥିବା ସମସ୍ତ ୟୁପିଏଚ୍‌ସି (ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଓ ୟୁସିଏଚ୍‌ସି (ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର)ରେ ଗର୍ଭବତୀମାନଙ୍କୁ ଟିକା ଦିଆଯିବ। ସପ୍ତାହରେ ଦୁଇ ଦିନ- ବୁଧବାର ଓ ଶନିବାର ସେମାନଙ୍କୁ ପୂର୍ବାହ୍ନ ୧୧ଟାରୁ ଦିନ ୧ଟା ମଧ୍ୟରେ ଟିକା ଦିଆଯିବ। କ୍ୟାପିଟାଲ ହସ୍‌ପିଟାଲ ସମେତ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଥିବା ୟୁପିଏଚସି ଏବଂ ୟୁସିଏଚସିରେ ଗର୍ଭବତୀମାନେ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଟିକା ନେଇ ପାରିବେ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.