ମୋହନାରେ ସାମ୍ବାଦିକଙ୍କୁ ଦିଆଗଲା କରୋନା ଟିକା

ମୋହନା: ମୋହନାରେ କାର୍ୟ୍ୟରତ ୨୦ରୁ ଉର୍ଦ୍ଧ୍ଵ ସାମ୍ବାଦିକ ଶୁକ୍ରବାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକା ନେଇଛନ୍ତି। ଏନେଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରିଣୀ ଡ. ନମିତା ପଣ୍ଡା ସୂଚନା ଦେଇଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ସାମ୍ବାଦିକଙ୍କୁ ଆଗଧାଡିର କରୋନା ଯୋଦ୍ଧା ଭାବେ ଘୋଷଣା କରିଥିଲେ ଓ ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ କରୋନା ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ମୋହନା ବ୍ଳକର ସମସ୍ତ ସାମ୍ବାଦିକ କରୋନା ଟିକା ନେଇଥିବାରୁ ମୋହନା ସାମ୍ବାଦିକ ସଂଘର କର୍ମକର୍ତ୍ତା ଜିଲ୍ଲାପାଳ ତଥା ପ୍ରସାଶନକୁ ଧନ୍ୟବାଦ ଦେଇଛନ୍ତି।

Comments
Loading...