ଦେଶରେ ଟିକା ନେଲେଣି ୧୬ କୋଟିରୁ ଅଧିକ, ଓଡ଼ିଶାରେ ୬୦ ଲକ୍ଷ ୨୪ ହଜାର ୨୫୫

ଦେଶରେ ଏପର୍ଯ୍ୟନ୍ତ ୧୬ କୋଟି ୨୫ ଲକ୍ଷ ୨୩ ହଜାର ୫୭୮ ଜଣ କୋଭିଡ୍‍ ପ୍ରତିଷେଧକ ଟିକା ନେଇଛନ୍ତି। ୬୦ ହଜାର ୮୦୪ଟି ସରକାରୀ ଓ ଘରୋଇ ଟୀକାକରଣ କେନ୍ଦ୍ରରେ ଏହି କରୋନା ପ୍ରତିଷେଧକ ଦିଆଯାଇଛି। ଏଥିରେ ୧୩ କୋଟି ୧୦ ଲକ୍ଷ ୧୪ ହଜାର ୩୬୩ ଜଣଙ୍କୁ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୩ କୋଟି ୧୫ ଲକ୍ଷ ୯ ହଜାର ୨୧୫ ଜଣଙ୍କୁ ଦ୍ଵିତୀୟ ଡୋଜ ଦିଆଯାଇଛି। ସରକାରୀ ପରିସଂଖ୍ୟାନ ଅନୁଯାୟୀ, ୬ କୋଟି ୮୫ ଲକ୍ଷ ୯୨ ହଜାର ୪୭୨ ଜଣ ପୁରୁଷ, ୬ କୋଟି ୨୪ ଲକ୍ଷ ୪ ହଜାର ୨୫୯ ଜଣ ମହିଳା ଓ ୧୭ ହଜାର ୬୩୨ ଜଣ ଅନ୍ୟାନ୍ୟ ବର୍ଗର ବ୍ୟକ୍ତିଙ୍କୁ ଏହି ପ୍ରତିଷେଧକ ଟିକା ଦିଆଯାଇଛି।

ଏ ପର୍ଯ୍ୟନ୍ତ ହୋଇଥିବା ଟିକାକରଣରେ ୧୪ କୋଟି ୭୧ ଲକ୍ଷ ୫ ହଜାର ୫୫୫ ଡୋଜ କୋଭିସୀଲଡ଼ ଓ ୧ କୋଟି ୫୪ ଲକ୍ଷ ୧୮ ହଜାର ୨୩ ଡୋଜ କୋଭାକସିନ ଟିକା ଦିଆଯାଇଛି। ସେହିପରି ୧୮-୩୦ ବର୍ଷ ବୟସ ମଧ୍ୟରେ ୫୩ ଲକ୍ଷ ୭୬ ହଜାର ୯୩୯ ଜଣ, ୩୦-୪୫ ବର୍ଷ ବୟସ ମଧ୍ୟରେ ୧ କୋଟି ୧୦ ଲକ୍ଷ ୪୬ ହଜାର ୪୬୧ ଜଣ, ୪୫-୬୦ ବର୍ଷ ବୟସ ମଧ୍ୟରେ ୬ କୋଟି ୩ ଲକ୍ଷ ୭୯ ହଜାର ୧୪୨ ଜଣ ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ୫ କୋଟି ୪୧ ଲକ୍ଷ ୯୪ ହଜାର ୩୮୨ ଜଣଙ୍କୁ ଟୀକାକରଣ କରାଯାଇଛି।

୯୪ ଲକ୍ଷ ୭୯ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍‍ ପ୍ରତିଷେଧକ ଦିଆଯାଇଥିବା ବେଳେ ୬୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ୍‍ ପ୍ରତିଷେଧକ ନେଇଛନ୍ତି। ସେହିଭଳି ୧ କୋଟି ୩୬ ଲକ୍ଷ ସ୍ୱେଚ୍ଛାସେବୀଙ୍କୁ ପ୍ରଥମ ଡୋଜ୍‍ ପ୍ରତିଷେଧକ ଦିଆଯାଇଥିବା ବେଳେ ୭୪ ଲକ୍ଷ ସ୍ୱେଚ୍ଛାସେବୀ ଦ୍ୱିତୀୟ ଡୋଜ୍‍ର ପ୍ରତିଷେଧକ ନେଇଛନ୍ତି। ଆଜି ୨୩ ଲକ୍ଷ ୪ ହଜାର ୯୮୫ ଜଣକୁ ଟିକା ଦିଆଯାଇଛି।

ଆଜି ଓଡ଼ିଶାରେ ୭୫୩ଟି ସରକାରୀ ଓ ୩୨ଟି ଘରୋଇ ଡାକ୍ତରଖାନାରେ ୪୪ ହଜାର ୮୧୩ ଜଣଙ୍କୁ ଟିକା ଦିଆଯାଇଛି। ତେବେ ଆଜି ସୁଦ୍ଧା ମୋଟ ୬୦ ଲକ୍ଷ ୨୪ ହଜାର ୨୫୫ ଜଣଙ୍କୁ ଟୀକାକରଣ କରାଯାଇଥିବା ବେଳେ ୫୦ ଲକ୍ଷ ୪ ହଜାର ୮୩୪ ଜଣଙ୍କୁ ପ୍ରଥମ ଡୋଜ ଓ ୧୦ ଲକ୍ଷ ୧୯ ହଜାର ୪୨୧ ଜଣଙ୍କୁ ଦ୍ଵିତୀୟ ଡୋଜ ଟିକା ଦିଆଯାଇଛି।

Comments are closed.