ଗୁରୁଡିଝାଟିଆରେ କରୋନା ଟିକା ପ୍ରଦାନ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ପ୍ରାଥମିକ ଚିକିତ୍ସାଳୟ ପରିସରରେ ବରିଷ୍ଠ ନାଗରିକ ତଥା ୪୫ବର୍ଷରୁ ଊର୍ଦ୍ଧ୍ବ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନାଗରିକମାନଙ୍କୁ ଆଜି କରୋନା ଟିକା ପ୍ରଦାନ କରାଯାଇଛି। ଡାକ୍ତର ରମେଶ ସିଂ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶୁଭ୍ରାଂଶୁ ପ୍ରିୟଦର୍ଶିନୀ ଓ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତ ରହି ଟିକାଦାନ କରିଥିଲେ।

ପ୍ରକାଶଯୋଗ୍ୟ, ସପ୍ତାହକୁ ୨ଥର ଗୁରୁଡିଝାଟିଆଠାରେ ଟୀକା ପ୍ରଦାନ କରାଯାଉଛି। ଏହାକୁ ଅଧିକ ଦିନ ବୃଦ୍ଧି କରିବା ପାଇଁ ଦାବି ହୋଇଛି।

Comments are closed.