ସାମଗ୍ରିକ ଟିକାକରଣ ୧୯୭ କୋଟି ୮୩ ଲକ୍ଷରୁ ଅଧିକ ଡୋଜ୍‍ ଟପିଲା

ଭୁବନେଶ୍ବର : ଦେଶରେ ଏପର୍ଯ୍ୟନ୍ତ ୧୯୭ କୋଟି ୮୩ ଲକ୍ଷରୁ ଅଧିକ ଡୋଜ୍‍ କୋଭିଡ୍‍ ଟିକା ଦିଆଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ୯ ଲକ୍ଷ ୫୪ ହଜାରରୁ ଅଧିକ ଡୋଜ୍‍ ଟିକା ଦିଆଯାଇଥିବା ଜଣାପଡିଛି । ୧୦୧ କୋଟି ୬୯ ଲକ୍ଷ ୧୭ ହଜାର ୪୨୦ ପ୍ରଥମ ​ଡୋଜ୍‍, ୯୧ କୋଟି ୬୧ ଲକ୍ଷ ୬୫ ହଜାର ୮୪୧ ଦ୍ବିତୀୟ ଡୋଜ୍‍ ଏବଂ ୪ କୋଟି ୫୨ ଲକ୍ଷ ୮୦ ହଜାର ୯୦ ବୁଷ୍ଟର ଡୋଜ୍‍ ଟିକା  ଦିଆଯାଇଛି।
ସେହିଭଳି ରାଜ୍ୟରେ ଏପର୍ଯ୍ୟନ୍ତ ୬ କୋଟି ୮୪ ଲକ୍ଷ ୭୬ ହଜାର ୭୦ଡୋଜ୍‍ ଟିକା ଦିଆଯାଇଛି। ସେଥିମଧ୍ୟରୁ ୩ କୋଟି ୪୮ ଲକ୍ଷ ୮୨ ହଜାର ୧୦ ପ୍ରଥମ ଡୋଜ୍‍ ଟିକା ଦିଆଯାଇଥିବାବେଳେ ୩ କୋଟି ୧୯ ଲକ୍ଷ ୬ ହଜାର ୭୨୯ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି। ସେହିପରି ୧୬ ଲକ୍ଷ ୮୭ ହଜାର ୩୩୧ ବୁଷ୍ଟର ଡୋଜ୍‍ ଟିକା  ଦିଆଯାଇଛି।

Comments are closed.