+୨ରେ ଖାଲି ରହିଲା ୧ ଲକ୍ଷ ୨୨ ହଜାର ସିଟ୍

ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଯୁକ୍ତ ଦୁଇ ନାମଲେଖା ଶେଷ ହୋଇଛି। ଚଳିତ ଶିକ୍ଷାବର୍ଷ ୨୦ ହଜାର ଛାତ୍ରଛାତ୍ରୀ ସ୍ପଟରେ ନାମ ଲେଖାଇଛନ୍ତି। ମୋଟ ୨୦୩୨ କନିଷ୍ଠ ମହାବିଦ୍ୟାଳୟର ୪ ଲକ୍ଷ ୪୦ ହଜାର ୬୧୮ ସିଟ୍ ମଧ୍ୟରୁ ୩ ଲକ୍ଷ ୧୭ ହଜାର ୭୨୩ ସିଟ୍ ପୂରଣ ହୋଇଛି। ମୋଟ ୧ ଲକ୍ଷ ୨୨ ହଜାର ୮୯୫ ସିଟ୍ ରାଜ୍ୟରେ ଚଳିତ ବର୍ଷ ଖାଲି ରହିଛି। ବିଜ୍ଞାନ ବିଭାଗରେ ସର୍ବାଧିକ ୬୬ ହଜାର ୨୯୫ ସିଟ୍ ଖାଲି ଥିବା ବେଳେ କଳାରେ ୨୯ ହଜାର ୨୮୯, ବାଣିଜ୍ୟରେ ୧୭ ହଜାର ୯୩୫, ସଂସ୍କୃତରେ ୪୨୭୮ ଓ ଧନ୍ଦାମୂଳକ ଶିକ୍ଷାରେ ୫୦୯୮ ସିଟ୍ ଖାଲି ଥିବା ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.