ଡଙ୍ଗରିଆ ନେତା ଲଦ ପାଇବେ ‘ମାନବ ମର୍ଯ୍ୟାଦା ସମ୍ମାନ’

ଭବାନୀପାଟଣା: ବିଶ୍ୱ ମାନବାଧିକାର ଦିବସ ଅବସରରେ ମାନବାଧିକାର କର୍ମୀ ସମନ୍ୱୟ କେନ୍ଦ୍ର ପକ୍ଷରୁ ‘ମାନବ ମର୍ଯ୍ୟାଦା ସମ୍ମାନ-୨୦୨୦’ ପ୍ରଦାନ ପାଇଁ ନିୟମଗିରି ସୁରକ୍ଷା ସମିତିର ଆନ୍ଦୋଳନକାରୀ ନେତା ଲଦ ସିକ୍କାଙ୍କୁ ମନୋନୀତ କରାଯାଇଛି। ଓଡ଼ିଶାରେ ମାନବାଧିକାର ସୁରକ୍ଷା ଉପରେ ଅହରହ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ ପାଇଁ ସ୍ଥିର କରାଯାଇଥିଲା। କଳାହାଣ୍ଡି-ରାୟଗଡ଼ା ସୀମାନ୍ତରେ ନିୟମଗିରି ପର୍ବତମାଳାର ସୁରକ୍ଷା ପାଇଁ ଦୀର୍ଘବର୍ଷ ଧରି ଆନ୍ଦୋଳନର ନେତୃତ୍ବ ନେଉଥିବା ଲଦ ସିକ୍କାଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରିବାକୁ ବିଚାରକମାନେ ମନୋନୀତ କରିଛନ୍ତି ା

Comments are closed.