କରୋନା ଭୂତାଣୁ ସଂକ୍ରମିତଙ୍କୁ ଉହାନ ସହରରୁ ଉଦ୍ଧାର ପାଇଁ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମିତ ଉହାନ ସହରକୁ ଯାଇ ୬୦୦ ଭାରତୀୟଙ୍କୁ ଉଦ୍ଧାର କରିଥିବା ଏୟାର ଇଣ୍ଡିଆର ୩୪ ଜଣ ସଦସ୍ୟଙ୍କୁ ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟାନାଇଡୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍‍ କରି ଶ୍ରୀ ନାଇଡୁ ଏୟାର ଇଣ୍ଡିଆ ପକ୍ଷରୁ ଗ୍ରହଣ କରାଯାଇଥିବା ସତର୍କତାମୂଳକ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଉଦ୍ଧାର କରାଯାଇଥିବା ଭାରତୀୟଙ୍କଠାରେ କରୋନା ଭୂତାଣୁ ନ ଥିବା ଜଣାପଡ଼ିଛି । ଗତ ସପ୍ତାହରେ ଏୟାର ଇଣ୍ଡିଆ ପକ୍ଷରୁ ଚୀନର ଉହାନ ନଗରରୁ ୬୪୫ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଭାରତ-ତିବ୍ଦତୀ ସୀମା ପୁଲିସ୍‍ ଓ ସେନାବାହିନୀ ହସ୍ପିଟାଲଗୁଡ଼ିକରେ ରଖାଯାଇଛି।

Comments are closed.