ଦେଖନ୍ତୁ ବିଚିତ୍ର ଘଟଣା- ଚିଡିଆଖାନାରେ ଭାଲୁ ମୁହଁକୁ ନିଜ ୩ ବର୍ଷର ଶିଶୁକୁ ଫିଙ୍ଗିଲେ ମହିଳା- ହେଲେ ଭାଲୁ….

ନୂଆଦିଲ୍ଲୀ – ଉଜବେକିସ୍ଥାନରେ ଏକ ବିଚିତ୍ର ଘଟଣା ଘଟିଯାଇଛି । ଜଣେ ମହିଳା ତାଙ୍କ ୩ ବର୍ଷର ଝିଅକୁ ଭାଲୁ ମୁହଁକୁ ଫିଙ୍ଗିଦେବାର ଭିଜୁଆଲ୍‌ ଏବେ ଭାଇରାଲ୍‌ ହୋଇଛି । ମହିଳା ଜଣଙ୍କ ଏପରି କରୁଥିବାର ଭିଜୁଆଲ୍‌ ସିସିଟିଭିରେ କଏଦ୍‌ ହୋଇଛି । ଏହି ଘଟଣାରେ ପୋଲିସ ମହିଳାଙ୍କୁ ଗିରଫ କରିଛି । ତାଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି ।

ଉଜବେକିସ୍ଥାନର ଏହି ମହିଳା ଜଣଙ୍କ ଚିଡିଆଖାନା ବୁଲିବା ପାଇଁ ଆସିଥିଲେ । ହଠାତ୍ ଭାଲୁ ରହୁଥିବା ଖୁଆଡ ନିକଟ ରେଲିଂ ଉପର ଦେଇ ତାଙ୍କ ୩ ବର୍ଷର ଶିଶୁ ଫିଙ୍ଗି ଦେଇଥିଲେ । ଏକ ବିଶାଳକାୟ ମାଟିଆ ଭାଲୁ ଯାହାର ନାମ ଜୁଜୁ ଆସି ପିଲାଟିକୁ ଶୁଙ୍ଘିବା ପରେ ସେହି ସ୍ଥାନ ଛାଡି ଚାଲିଯାଇଥିଲା । ପରେ ଚିଡିଆଖାନାର କର୍ମଚାରୀମାନେ ଭାଲୁକୁ ଅନ୍ୟ ଏକ ଖୁଆଡରେ ବନ୍ଦ କରି ଶିଶୁଟିକୁ ଉଦ୍ଧାର କରିଥିଲେ । ଖସିବା ଯୋଗୁଁ ପିଲାଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଅନେକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ତାହାର ଏବେ ଚିକିତ୍ସା ଚାଲିଛି। ତେବେ ମହିଳା ଜଣଙ୍କ କାହିଁକି ଏପରି କଲେ ତାହାର କାରଣ ଜଣା ପଡିନାହିଁ । ଏହି ଘଟଣାରେ ମହିଳାଙ୍କୁ ୧୫ ବର୍ଷ କାରାବାସ ହୋଇପାରେ ।

Comments are closed.