ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଏଲ୍‌.କେ.ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି, ପିଜି କାଉନ୍‌ସିଲ୍‌ ଚେୟାର୍‌ମ୍ୟାନ୍‌ ତଥା ବିଶିଷ୍ଟ ନୃତତ୍ତ୍ବବିତ୍‌ ପ୍ରଫେସର୍‌ ଏଲ୍‌. କେ. ମହାପାତ୍ରଙ୍କ ୯୦ବର୍ଷ ବୟସରେ ସୋମବାର ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଝିଅ ଶୀଲା ଓ ପୁଅ ସୁଜିତ୍ ଉପସ୍ଥିତ ଥିଲେ ।
ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ଏଲ୍‌.କେ.ମହାପାତ୍ର ୧୯୮୬ରେ କାର୍ଯ୍ୟ ସମ୍ପାଦନ କରିଥିଲେ । ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ୧୯୮୯-୯୦ ମଧ୍ୟ କାର୍ଯ୍ୟ କରିଥିଲେ । ସେହିପରି ୧୯୯୦ରେ ସେ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ନିର୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ପ୍ରଫେସର ମହାପାତ୍ରଙ୍କ ନୃତତ୍ତ୍ବ ବିଜ୍ଞାନ କ୍ଷେତ୍ରରେ ବହୁ ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଛି, ଯାହା ଜାତୀୟ ତଥା ଅନ୍ତର୍ଜାତୀୟ ଜର୍ଣ୍ଣାଲ୍‌ରେ ପ୍ରକାଶିତ ହୋଇଛି ଏବଂ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Comments are closed.