ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ : ୧୪ ମୃତ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ମଙ୍ଗଳବାରରୁ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ୨୪ ଘଣ୍ଟା ମଧ୍ୟରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୭ ଜଣ ବର୍ଷାଜନିତ ଦୁର୍ଘଟଣାରେ ଆହତ ହୋଇଛନ୍ତି। ରାଜ୍ୟରେ ପ୍ରବଳ ବର୍ଷାଜନିତ ମୃତ୍ୟୁ ସଂଖ୍ୟା ୯୨ ଏବଂ ଆହତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ବୁଧବାର ପୂର୍ବାହ୍ଣରେ କାନପୁର ଅନ୍ତର୍ଗତ ହୁଲାଗଞ୍ଜଠାରେ ଏକ ତିନି ମହଲା ବିଶିଷ୍ଟ ଅଟ୍ଟାଳିକା ଭୁଶୁଡି ପଡିଛି। ଘଟଣା ସମୟରେ ଅଟ୍ଟାଳିକାରେ ଉପସ୍ଥିତ ଥିବା ୪ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। ଅନ୍ୟପଟେ ପୀଡ଼ିତଙ୍କୁ ତୁରନ୍ତ ଆର୍ଥିକ ସହାୟତା ଏବଂ ଚିକିତ୍ସା ସୁବିଧା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦେଶ ଦେଇଛନ୍ତି। ଏଥିସହ ବର୍ଷା ଯୋଗୁ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳଗୁଡିକ ପରିଦର୍ଶନ କରି ପରିସ୍ଥିତି ସମୀକ୍ଷା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

Leave A Reply