କାର ଓଲଟି ୫ ମୃତ

ରାମପୁର : ଉତ୍ତରପ୍ରଦେଶ ଟାଣ୍ଡା ଥାନା କ୍ଷେତ୍ରରେ ସିକମପୁର ଗାଁର ନିକଟରେ ଏକ କାର ଅନିୟନ୍ତ୍ରିତ ହୋଇ ଓଲଟି ପଡିଛି। ଦୁର୍ଘଟଣାରେ କାରରେ ଥିବା ଛଅ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଚାଳକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ,ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଘଟଣାସ୍ଥଳରେ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Comments are closed.