ଖାଇକୁ ଖସିଲା ଟ୍ରକ ; ଦୁଇ ମୃତ

ଡେରାଡୁନ : ଯମୁନୋତ୍ରୀ ହାଇୱେ ନିକଟରେ ଡାମଟାରୁ ନୌଗାଁ ଆଡକୁ ରିଖାଉ ଖଡ୍‍ଡ ନିକଟରେ ଏକ ଟ୍ରକ ଖାଇରେ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଗାଡିରେ ୧୧ ଜଣ ଲୋକେ ଥିଲେ। ଦୁର୍ଘଟଣାରେ ୪ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ କିଛି ଲୋକ ନିଖୋଜ ରହିଛନ୍ତି। ଖାଇରୁ ଜଣଙ୍କ ମୃତଦେହ ଜବତ କରାଯାଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

 

Comments are closed.