୧୮ବର୍ଷର ଅପେକ୍ଷା ପରେ ରଣଜୀ ଟ୍ରଫିରେ ପଦାର୍ପଣ କରିବ ଉତ୍ତରାଖଣ୍ଡ

0

ନୂଆଦିଲ୍ଲୀ : ଦୀର୍ଘ ୧୮ବର୍ଷର ଅପେକ୍ଷାପରେ ଶେଷରେ ଉତ୍ତରାଖଣ୍ଡ ଏକ ଦଳ ଭାବେ ରଣଜୀ ଟ୍ରଫି ଖେଳିବ।
ଏଥିପାଇଁ ଏକ ସମନ୍ୱୟ କମିଟି ଗଠନ କରାଯାଇଛି। ୯ସଦସ୍ୟ ବିଶିଷ୍ଟ ଏହି ସମିତିରେ ରାଜ୍ୟର ବିଭିନ୍ନ କ୍ରିକେଟ ସଂଘର ୬ ଜଣ ସଦସ୍ୟ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ଚୟନ କରାଯାଇଥିବା ଜଣେ ସଦସ୍ୟ ରହିବେ। ଏହା ବ୍ୟତୀତ ଅବସର ନେଇଥିବା ପ୍ରଫେସର ରତ୍ନାକରଙ୍କ ସହ ବିସିସିଆଇର ଦୁଇଜଣ ପ୍ରତିନିଧି ମଧ୍ୟ ରହିବେ। ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏସନ୍‍ ପ୍ରଶାସନିକ ସମିତିରି ଅଧ୍ୟକ୍ଷ ବିନୋଦ ରାୟ ଏ ବିଷୟରେ ସୂଚନା ଦେଇଛନ୍ତି। ଉତ୍ତରାଖଣ୍ଡ ରଣଜୀ ମ୍ୟାଚରେ ସାମିଲ ହେବାପରେ ଏଥିରେ ଅଂଶ ଗ୍ରହଣ କରୁଥିବା ଦଳର ସଂଖ୍ୟା ୩୬ ହୋଇଯିବ।

Leave A Reply