ମର୍ମନ୍ତୁଦ ସଡକ ଦୁର୍ଘଟଣା; ଅନ୍ତ୍ୟେଷ୍ଟିରେ ସାମିଲ ହେବାକୁ ଯାଉଥିବା ୧୦ ଯାତ୍ରୀ ମୃତ

ଚମୋଲୀ: ଉତ୍ତରାଖଣ୍ଡର ଚମୋଲୀରେ ୩୦ କିମି ଦୂରତାରେ ଥିବା ବଲାଣ-ହିମନୀ ମୋଟର ରାସ୍ତା​‌ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ଏକ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। କାରଟି ଭାରସାମ୍ୟ ହରାଇ ଖାଈକୁ ଖସି ପଡିଥିବା ସନ୍ଦେହ କରାଯାଉଛି ।  

ସୂଚନାଯୋଗ୍ୟ, ଦେବାଲର ଦୂରସ୍ଥ କ୍ଷେତ୍ର ବଲାଣରେ ରବିବାର ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାସ୍ଥଳରେ ଯୋଗାଯୋଗର କୌଣସି ସୁବିଧା ନଥିବାରୁ ୨ ଘଣ୍ଟା ବିଳମ୍ବଳରେ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଏସମ୍ପର୍କରେ ସୂଚନା ପହଞ୍ଚିଥିଲା। ସେଠାକୁ ଆସିବା ପାଇଁ ଘଣ୍ଟା ପ୍ରତି ୨୦ କିମିରୁ ଅଧିକ ବେଗରେ ଗାଡି ଚଳାଇବ ସମ୍ଭବ ନଥିବାରୁ ପ୍ରଶାସନିକ ଅଧିକାରୀମାନେ ବିଳମ୍ବରେ ପହଞ୍ଚିଥିଲେ। ଯାହା ଫଳରେ ବଞ୍ଚିବାର ଆଶା ଥିବା କିଛି ଆହତ ଲୋକମାନେ ମଧ୍ୟ ପ୍ରାଣ ହରାଇ ସାରିଥିଲେ। ପରେ ପ୍ରଶାସନିକ ଅଧିକାରୀ ପହଞ୍ଚି କିଛି ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ପହଞ୍ଚାଇଥିଲେ ଏବଂ କିଛି ଆହତଙ୍କ ରାସ୍ତାରେ ମୃତ୍ୟୁ ଘଟିଥିଲା।

Comments are closed.