୧୩ ଜୁଲାଇ ପର୍ଯ୍ୟନ୍ତ କରୋନା କଟକଣା ବୃଦ୍ଧି କଲେ ଉତ୍ତରାଖଣ୍ଡ ସରକାର

ଡେରାଡୁନ: ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ କରୋନା କଟକଣା ବୃଦ୍ଧି କରିଛନ୍ତି ଉତ୍ତରାଖଣ୍ଡ ସରକାର। ସୋମବାର ଏନେଇ ଘୋଷଣା କରାଯାଇଛି। ୧୩ ତାରିଖ ସକାଳ ୬ଟା ଯାଏ ଏହି କଟକଣା ବଳବତ୍ତର ରହିବ।

ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ୫୦ ପ୍ରତିଶତ କ୍ଷମତା ସହ ମଲଗୁଡ଼ିକ ଖୋଲିବ ଏବଂ ଦୋକାନ ବଜାର ସପ୍ତାହାନ୍ତ ବନ୍ଦ ରହିବ। ଅନ୍ୟାନ୍ୟ ସମସ୍ତ କଟକଣା ପୂର୍ବ ଭଳି ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି। ପୂର୍ବରୁ ଜାରି କରାଯାଇଥିବା କଟକଣାର ଅବଧି ଜୁଲାଇ ୬ରେ ଶେଷ ହେଉଛି। ଏହାପରେ ନୂଆ କଟକଣା ଲାଗୁ ହେବ।

 

Comments
Loading...