ଉତ୍ତରାଖଣ୍ଡରେ ହେବନି ନିର୍ବାଚନ ରାଲି !

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ନିର୍ବାଚନ ରାଲି ଉପରେ ଲାଗିଲା କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ହେବନି ନିର୍ବାଚନୀ ରାଲି। ଏଥିସହ ବିରୋଧ ପ୍ରଦର୍ଶନ ଉପରେ ମଧ୍ୟ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଚଳିତବର୍ଷ ଉତ୍ତରାଖଣ୍ଡ ସମେତ ୫ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଏବଂ ନିର୍ବାଚନ ପୂର୍ବରୁ କରୋନା ସଂକ୍ରମଶ ସାରା ଦେଶରେ ହୁ ହୁ ହୋଇ ବଢ଼ିବ।ରେ ଲାଗିଛି । ଫଳରେ ଉତ୍ତରାଖଣ୍ଡ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ନିର୍ବାଚନୀ ରାଲି ଉପରେ ରୋକ ଲଗାଇବାରେ ଉତ୍ତରାଖଣ୍ଡ ରାଜ୍ୟ ପ୍ରଥମ । କାରଣ ଏଯାଏ ଅନ୍ୟ କୌଣସି ରାଜ୍ୟର ସରକାର ନିର୍ବାଚନ ରାଲି ଉପରେ କଟକଣା ଲଗାଇନାହାନ୍ତି । ଗତକାଲି ଉତ୍ତରାଖଣ୍ଡରେ ୬୩୦ କରୋନା ପଜିଟିଭ୍‍ ମାମଲା ଆସିଥିଲା । ପରେ ସରକାର ଏପରି ଏକ ନିଷ୍ପତ୍ତି ନେଇଥିଲେ ।  ଉତ୍ତରାଖଣ୍ଡରେ ନାଇଟ୍‍ କର୍ଫ୍ୟୁ ଓ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଉତ୍ତରାଖଣ୍ଡ ସରକାରଙ୍କ ଏହି ନିଷ୍ପତ୍ତି ପରେ ଅନ୍ୟ ରାଜ୍ୟରେ ବି ନିର୍ବାଚନ ରାଲି ଉପରେ କଟକଣା ଲାଗିପାରେ ।

Comments are closed.