ନାଥୁରାମ ଗଡ଼ସେଙ୍କ ମୂର୍ତ୍ତି ସ୍ଥାପନା କରି ୪ଗିରଫ

0

ଚିତ୍ରକୂଟ: ମହାତ୍ମା ଗାନ୍ଧିଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ହତ୍ୟା କରିଥିବା ନାଥୁରାମ ଗଡ଼ସେଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ୪ଜଣ ଯୁବକ ଗିରଫ ହୋଇଛନ୍ତି।
ପୁଲିସ ଅଧିକ୍ଷକ ମନୋଜ କୁମାର ଝାଙ୍କ ସୂଚନା ଅନୁଯାୟୀ ରାଷ୍ଟ୍ରୀୟ ସନାତନ ଦଳ ନାମକ ସଂଗଠନର ୪ଜଣ ଯୁବକ ମହାତ୍ମା ଗାନ୍ଧିଙ୍କ ଜନ୍ମ ଜୟନ୍ତୀରେ ନାଥୁରାମଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରି ଦେଇଥିଲେ। ପରେ ଗ୍ରାମବାସୀଙ୍କଠାରୁ ଖବର ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ôଚ ଉକ୍ତ ପ୍ରତିମୂତ୍ତିକୁ ହଟାଇବା ସହ ଏଥିରେ ସମ୍ପୃକ୍ତ ୪ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ମଧ୍ୟରୁ ୨ଜଣ ସ୍ଥାନୀୟ ଚିକ୍ରକୂଟ ଅଞ୍ଚଳରେ ହୋଇଥିବାବେଳେ ଜଣେ ବିହାର ରାଜ୍ୟର ବକ୍ସର ଜିଲାର ବୋଲି ଜଣା ପଡ଼ିଛି।

Leave A Reply