ସିଏଏ: ପ୍ରଥମ ରାଜ୍ୟ ଭାବେ ଶରଣାର୍ଥୀ ତାଲିକା ଦେଲା ଉତ୍ତରପ୍ରଦେଶ, ୩୨ ହଜାର ଚିହ୍ନଟ

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ(ସିଏଏ) ଲାଗୁ ହେବା ପରେ ଉତ୍ତରପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଭାବେ ଶରଣାର୍ଥୀମାନଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛି। ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧୯ ଜିଲାର ତାଲିକା ପ୍ରଦାନ କରିଛନ୍ତି। ଏହି ଜିଲାଗୁଡ଼ିକରେ ୩୨ହଜାର ମୁସଲିମ ଶରଣାର୍ଥୀଙ୍କୁ ଚିହ୍ନଟ କରାଯାଇଛି। ପିଲିଭିଟ ଜିଲାରେ ସବୁଠାରୁ ଅଧିକ ଶରଣାର୍ଥୀଙ୍କୁ ଚିହ୍ନଟ କରାଯାଇଛି।

ସୂଚନାଯୋଗ୍ୟ, ନାଗରିକତା ଆଇନ ଅଧୀନରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ବେଆଇନ ଶରଣାର୍ଥୀମାନଙ୍କୁ ଭାରତ ସରକାର ନାଗରିକତା ପ୍ରଦାନ କରିବେ। ଉତ୍ତରପ୍ରଦେଶରେ ବାଂଲାଦେଶ, ଆଫଗାନିସ୍ତାନ ଏବଂ ପାକିସ୍ତାନରୁ ଆସିଥିବା ୩୨ ହଜାରରୁ ଅଧିକ ଶରଣାର୍ଥୀଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟ ସରକାର ପ୍ରାଥମିକ ତାଲିକା କେନ୍ଦ୍ରକୁ ପଠାଇଛନ୍ତି।

ରାଜ୍ୟ ସରକାରଙ୍କ ମୁଖପାତ୍ର ତଥା ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା କହିଛନ୍ତି, ୩ ଦେଶରୁ ଆସିଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିୟାନ ଏବଂ ପାର୍ସିମାନେ ରାଜ୍ୟରେ ରହୁଛନ୍ତି। ଏମାନଙ୍କୁ ନାଗରିକତା ପ୍ରଦାନ କରିବା ଲାଗି ପଦକ୍ଷେପ ଆରମ୍ଭ ହୋଇଛି। ସମସ୍ତ ଜିଲାପାଳଙ୍କୁ ଶରଣାର୍ଥୀମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ ପାଇଁ ନିର୍ଦେଶ ଦିଆଯାଇଛି। ଅନ୍ୟ ଜିଲାଗୁଡ଼ିକରେ ବି ତଥ୍ୟ ସଂଗ୍ରହ କରାଯାଉଛି। ଶରଣାର୍ଥୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

Comments are closed.