ଉତ୍ତର ପ୍ରଦେଶରେ ୨ରୁ ଅଧିକ ସନ୍ତାନ ଥିଲେ ମିଳିବ ନାହିଁ ସରକାରୀ ଚାକିରି

ଜନସଂଖ୍ୟା ନିୟନ୍ତ୍ରଣ ପ୍ରସ୍ତାବ

ଲକ୍ଷ୍ମୌ:ଉତ୍ତର ପ୍ରଦେଶରେ ୨ରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିିରି ଓ ସୁବିଧା ମିଳିବ ନାହିଁ। ଏଥିନେଇ ୟୁପି ପପୁଲେସନ ବିଲ-୨୦୨୧ ଚିଠା ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। ୨ଟିରୁ ଅଧିକ ସନ୍ତାନ ଥିବା ଦମ୍ପତ୍ତିଙ୍କୁ ସରକାରୀ ଚାକିରି ମିଳିବ ନାହିଁ। ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିପାରିବେ ନାହିଁ। ଅପରପକ୍ଷରେ ୨ଟି ସନ୍ତାନରୁ କମ୍‌ ଥିଲେ ବିଭନ୍ନ କ୍ଷେତ୍ରରେ ସରକାରୀ ପ୍ରୋତ୍ସାହନ ମିଳିବ। ସରକାରୀ ଚାକିରି କରିଥିଲେ ଅତିରିକ୍ତ ଦୁଇଟି ଇନ୍‌କ୍ରିମେଣ୍ଟ ମିଳିପାରିବ। ୩ ପ୍ରତିଶତ ଅତିରିକ୍ତ ଭତ୍ତା, ୧୨ ମାସର ବେତନଯୁକ୍ତ ପିତୃତ୍ବ ଛୁଟି ପାଇପାରିବେ। ରିହାତି ଦରରେ ଜମି, ଘର ସହ ବିଜୁଳି ଓ ପାଣି ବିଲରେ ରିହାତି ପ୍ରଦାନ କରାଯିବ। ଆସନ୍ତା ୧୯ ସୁଦ୍ଧା ଏହି ବିଲ ନେଇ ଉତ୍ତର ପ୍ରଦେଶ ସରକାର ଜନସାଧାରଣଙ୍କ ମତାମତ ଆହ୍ବାନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ୨ରୁ ଅଧିକ ସନ୍ତାନ ଥିଲେ ଉତ୍ତର ପ୍ରଦେଶରେ ସରକାରୀ ଚାକିରି ମିଳିବ ନାହିଁ। ତେବେ ୨ରୁ କମ ସନ୍ତାନ ଥିଲେ ଚାକିରିକାଳରେ ୪ଥର ଇନ୍‌କ୍ରିମେଣ୍ଟ। ମାଗଣା ସ୍ବାସ୍ଥ୍ୟ ସେବା। ସନ୍ତାନକୁ ୨୦ବର୍ଷ ପର୍ଯ୍ୟନ୍ତ ବୀମା ସୁବିଧା। ଚାକିରିକାଳରେ ୨ଥର ଅତିରିକ୍ତ ଇନ୍‌କ୍ରିମେଣ୍ଟ। ଇପିଏଫ ଯୋଜନାରେ ୩ ପ୍ରତିଶତ ବୃଦ୍ଧି। ରିହାତି ଦରରେ ମିଳିବ ଘର କିମ୍ବା ଜମି। ପାଣି, ବିଜୁଳି ବିଲ୍‌ରେ ବି ରିହାତି। ସ୍କୁଲ ନାମଲେଖାରେ ମିଳିବ ଅଗ୍ରାଧିକାର। ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା ଆଦି ମିଳିପାରିବ। ୨ରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରି ଆବେଦନରୁ ବଞ୍ଚିତ ହେବେ। ଚାକିରିରେ ଇନ୍‌କ୍ରିମେଣ୍ଟ ମିଳିବନାହିଁ। ସରକାରୀ ସୁବିଧା ହାସଲ କରିପାରିବେନି। ପଞ୍ଚାୟତ ଓ ପୌର ନିର୍ବାଚନ ଲଢ଼ି ପାରିବେନି। ପରିବାରରେ ୪ଜଣ ମଧ୍ୟରେ ସୀମିତ ରହିବ ରାସନ କାର୍ଡ ବୋଲି ଜଣାପଡ଼ିଛି।

Comments are closed.