ମୋଦୀଙ୍କ କ୍ୟାବିନେଟରେ ଉତ୍ତରପ୍ରଦେଶରୁ ସର୍ବାଧିକ ୮ ମନ୍ତ୍ରୀ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ଅବଧି ସରକାରରେ ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ଉତ୍ତରପ୍ରଦେଶରୁ ସର୍ବାଧିକ ୮ଜଣ ସ୍ଥାନ ପାଇଛନ୍ତି। ଏହା ପଛକୁ ମଧ୍ୟପ୍ରଦେଶର ୭ଜଣ, ମହାରାଷ୍ଟ୍ରର ୬ଜଣ ଓ ବିହାରର ୫ଜଣ ସଦସ୍ୟ ଅଛନ୍ତି। କର୍ଣ୍ଣାଟକ, ଗୁଜରାଟ ଓ ହିରୟାଣାରୁ ୩ଜଣ ଲେଖାଏଁ ଅଛନ୍ତି। ଉତ୍ତରପ୍ରଦେଶ ବାରାଣାସୀ ଲୋକସଭା ଆସନରୁ ଜିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି । ତାଙ୍କ ପଛକୁ ରାଜନାଥ ସିଂହ, ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ମହେନ୍ଦ୍ର ନାଥ ପାଣ୍ଡେ, ସ୍ମୃତି ଇରାନୀ, ମୁକ୍ତାର ଅବାସ ନକବୀ, ସନ୍ତୋଷ ଗଙ୍ଗୱାର, ଅବସରପ୍ରାପ୍ତ ସେନାଧ୍ୟକ୍ଷ ଭିକେ ସିଂହ, ସାଧ୍ବୀ ନିରଂଜନା ଜ୍ୟୋତି ଏବଂ ସଞ୍ଜୀବ ବାଲ୍ୟାଂ ପ୍ରମୁଖ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ।

Comments are closed.