ପ୍ରତିଭା ରାୟ ପାଇବେ ଉତ୍କଳ ରତ୍ନ

ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଘୋଷିତ

କଟକ : ଜ୍ଞାନପୀଠ ବିଜୟିନୀ ଡକ୍ଟର ପ୍ରତିଭା ରାୟଙ୍କୁ ଚଳିତ ବର୍ଷ ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପ୍ରଦାନ କରାଯିବ। ଏଥିସହ ଭୀମ ପୃଷ୍ଟିଙ୍କୁ ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ଆର୍ଯ୍ୟ ଯଜ୍ଞଦତ୍ତଙ୍କୁ ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ଶଙ୍କର ତ୍ରିପାଠୀଙ୍କୁ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ଦୁର୍ଯ୍ୟୋଧନ ଦାସଙ୍କୁ ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ, ଡକ୍ଟର ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ ଗଙ୍ଗାଧର ମେହେର କବିତା ସମ୍ମାନ, ଡକ୍ଟର କୁମୁଦ ରଞ୍ଜନ ପାଣିଗ୍ରାହୀଙ୍କୁ ଗୋପୀନାଥ ନନ୍ଦ ପ୍ରବନ୍ଧ-ସମାଲୋଚନା ସାହିତ୍ୟ ସମ୍ମାନ, ଶଶିଭୂଷଣ ମିଶ୍ରଙ୍କୁ ରାମକୃଷ୍ଣ ନନ୍ଦ ଶିଶୁ-ସାହିତ୍ୟ ସମ୍ମାନ, ମିହିର ଦାସଙ୍କୁ ବୈଷ୍ଣବ ପାଣି କଳା ସମ୍ମାନ, ନିର୍ମଳେନ୍ଦୁ କୁମାର ଦାସଙ୍କୁ ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ, ଶ୍ରୀଶ ପଟେଲଙ୍କୁ ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ, ଡକ୍ଟର ନିରଞ୍ଜନ ସାହୁଙ୍କୁ ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ, ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ରଙ୍କୁ ବସନ୍ତ କୁମାରୀ ଦେବୀ ଲେଖିକା ସମ୍ମାନ, ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କୁ ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମ୍ମାନ, ସୁଭାଷ ଶତପଥୀଙ୍କୁ ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ, କୁଳାଙ୍ଗାର (ପ୍ରୀତିକାନ୍ତ ପଣ୍ଡା)ଙ୍କୁ ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ, ରବୀନ୍ଦ୍ର କୁମାର ପ୍ରହରାଜଙ୍କୁ ବିଶ୍ୱନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ, ମନୋଜ ମହାନ୍ତିଙ୍କୁ ନବରୂପା ରାଜ ଗୀତିକବିତା ସମ୍ମାନ, ଲକ୍ଷ୍ମୀକାନ୍ତ ପାଲିତ୍‍ଙ୍କୁ କବିଚନ୍ଦ୍ର ସଂଗୀତଗୁରୁ ସମ୍ମାନ, ଆରତି ଗୋସ୍ୱାମୀଙ୍କୁ ଭିକାରୀ ବଳ କଣ୍ଠଶିଳ୍ପୀ ସମ୍ମାନ, ମନୋରଞ୍ଜନ ପାଣିଗ୍ରାହୀଙ୍କୁ ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ, ଡକ୍ଟର ନାରାୟଣ ମହାନ୍ତିଙ୍କୁ ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ, ଡକ୍ଟର ପ୍ରକାଶ କୁମାର ପରିଡ଼ାଙ୍କୁ ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଂଗଠନ ସମ୍ମାନ, କ୍ଷେତ୍ରବାସୀ ନାଏକଙ୍କୁ କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ୱତ ସମ୍ମାନ, ବନୋଜ ତ୍ରିପାଠୀଙ୍କୁ ଦେବବ୍ରତ କର ପ୍ରକାଶକ ସମ୍ମାନ, ଡକ୍ଟର ବିଭୁଧେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କୁ ନିରଞ୍ଜନ ଦାସ ଭାଷା ସମ୍ମାନ, ଡକ୍ଟର ଅନସୂୟା ନନ୍ଦଙ୍କୁ ବାଗ୍ମୀ ବିଶ୍ୱନାଥ କର ସଂପାଦନା ସମ୍ମାନ ଓ ବଳଦେବ ମହାରଥାଙ୍କୁ ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ ପ୍ରଦାନ କରାଯିବ। ଅନୁଷ୍ଠାନର ସଭାପତି ତରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟନିର୍ବାହିକା ସମିତି ବୈଠକରେ ବିଚାରକମାନଙ୍କ ଚୂଡ଼ାନ୍ତ ରାୟ ଗୃହୀତ ହୋଇଛି। ଉତ୍କଳ ସାହିତ୍ୟ ସମାଜର ୨୦୨୧ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ ବୋଲି ସଂଗଠନ ସଂପାଦକ ଆଦିତ୍ୟ ପ୍ରତାପ ଧଳ ଜଣାଇଛନ୍ତି।

Comments are closed.