ମାନବିକତାର ପ୍ରେରଣା ଥିଲେ ପଦ୍ମଭୂଷଣ ଡ.ରାଧାନାଥ ରଥ

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଡ.ରାଧାନାଥ ରଥଙ୍କ ୧୨୪ତମ ଜୟନ୍ତୀ

ସାରନଗରୀ: ମାନବିକତାର ପ୍ରେରଣା ଥିଲେ ପଦ୍ମଭୂଷଣ ଡ.ରାଧାନାଥ ରଥ। ସେ ନିର୍ଭିକ ସାମ୍ବାଦିକତାର ପୁରୋଧା ଥିଲେ। ବାବୁଜୀଙ୍କ ଜୀବଦଶା ସମୟରେ ସେ ଓଡ଼ିଶା ପାଇଁ ଯାହା କରି ଯାଇଛନ୍ତି, ତାହା ଅତୁଳନୀୟ। ସେ ଓଡ଼ିଆ ଜାତି, ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ୱାଭିମାନ ପାଇଁ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରି ଯାଇଛନ୍ତି। ରାଉରକେଲା ଇସ୍ପାତ କାରଖାନା ଗଠନରେ ବାବୁଜୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏଣୁ ରାଉରକେଲାରେ ତାଙ୍କର ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତି ସ୍ଥାପନ କରିବା ଓ ତାଙ୍କ ନାମରେ କିଛି ଜନହିତକର କାର୍ଯ୍ୟ କରିବା ପାଇଁ ରାଉରକେଲା ଇସ୍ପାତ କାରଖାନା ଓ ରାଉରକେଲା ମହାନଗର ନିଗମ କର୍ତୃପକ୍ଷଙ୍କୁ ଅତିଥିମାନେ ନିବେଦନ କରିଥିଲେ। ବାବୁଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ୟ୍ୟ କରିବା ପାଇଁ ଆଜିର ଯୁବ ଓ ଛାତ୍ର ସମାଜକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ। ଦକ୍ଷିଣ ରାଉରକେଲାସ୍ଥିତ ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବାଲିଯୋଡ଼ି ସ୍ଥିତ ଉତ୍କଳମଣି ଗୋପବନ୍ଧୁ ପ୍ରତିମୂର୍ତ୍ତି ପରିସରରେ ପଦ୍ମଭୂଷଣ ଡ.ରାଧାନାଥ ରଥଙ୍କ ୧୨୪ତମ   ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବାଲିଯୋଡ଼ି ଗ୍ରାମ୍ୟ କମିଟିର ସଭାପତି ତଥା ଡ.ଫକୀର ଚରଣ ହୋତା, ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଭୂପେନ ମହାପାତ୍ର, ସଚେତନ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ପି.ପି.ରାୟ, ସମାଜ ରାଉରକେଲା ସଂସ୍କରଣର ଏବିଏମ ସମୀର ପରିଡ଼ା  ଯଥାକ୍ରମେ  ପ୍ରମୁଖ ପଦ୍ମଭୂଷଣ ଡ.ରଥଙ୍କ କର୍ମମୟ ଜୀବନ, ସ୍ୱାଧୀନତା ସଂଗ୍ରାମ, ରାଜନୈତିକ ଚିନ୍ତାଧାରା ସର୍ବପୋରୀ ଓଡ଼ିଶା ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ କବି କୁଞ୍ଜ ବିହାରୀ ରାଉତ, ଗୌରାଙ୍ଗ ଦାଶ, ଚିତରଞ୍ଜନ ନନ୍ଦ, ସନାତନ ସାହୁ, ଦେବେନ୍ଦ୍ର କୁମାର ସାହୁ, ବାସୁଦେବ ସାମଲ, ପ୍ରଭାକର ମଲ୍ଲିକ, ଅସିତ କୁମାର ଦୁବେ, ସୁବାଷ ଚନ୍ଦ୍ର ବିଶ୍ୱାଳ, ରାନୁ ମହାପାତ୍ର, ପ୍ରଫୁଲ୍ଲ ସାହୁ, ବିଶ୍ୱନାଥ ନାୟକ, ସସ୍ମିତା ଦାଶ, ବାସୁଦେବ ସାହୁ, ସଂଜୟ କୁମାର ବଳ, ପ୍ରଭାତ ନାୟକ, ସରୋଜ ବେହେରା, ଚାନ୍ଦମଣି ମାଝୀ, ପ୍ରଭାସିନି ରାଉତ, ଗାୟତ୍ରୀ ରାଉତ, ବାସୁଦେବ ଜେନା, ଝୁନୁରାଣୀ ଦାଶ, ନମିତା ମହାନ୍ତି, କୁନି ସେଠି, ପ୍ରୀତି ଦେବୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସ୍ୱର୍ଗତଃ ଡାଃ ରଥଙ୍କ ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ଓ ବାବୁଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ମୋହିନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ‘ସମାଜ’ ଖବରକାଗଜର ପ୍ରାକ୍ତନ ସମ୍ପାଦିକା ପ୍ରଫେସର ମନୋରମା ମହାପାତ୍ର ଓ ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ନାରାୟଣ ପତି ପଠାଇଥିବା ପୃଥକ ପୃଥକ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ସଭାରେ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ସମାଜସେବୀ, ଶିକ୍ଷାବିତ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Comments are closed.