ଉତ୍କଳମଣିଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଚୌଦ୍ୱାର : ଚୌଦ୍ୱାରରେ ମହାନ୍ ସେବକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୩ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଚୌଦ୍ୱାର ଓ.ଟି.ଏମ୍ ପରିବା ମାର୍କେଟସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷଙ୍କ ତରଫରୁ  ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଚୌଦ୍ୱାର ସାହିତ୍ୟ ସଂସଦର ସଭାପତି ବିଶ୍ୱ କଲ୍ୟାଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହିନ୍ଦ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ, ଉତ୍କଳ ପୂଜନ ପରିଷଦର ସଭାପତି କୈଳାସ ଚନ୍ଦ୍ର ବରାଳ, ଅବସରପ୍ରାପ୍ତ ଶିକ୍ଷକ ସଂଘର ସଂପାଦକ ସୁକାନ୍ତ କୁମାର ମହାନ୍ତି, ଚୌଦ୍ୱାର ରୋଟାରୀ କ୍ଲବର ସଭାପତି ଶରତ ଚନ୍ଦ୍ର ଖୁଣ୍ଟିଆ, ଇଂ ହରିହର ରଣା, ଇଂ ଭାଗିରଥୀ ସାହୁ, ଡାଳିଯୋଡ଼ା ସାହିତ୍ୟ ସଂସଦର ସଭାପତି କୃଷ୍ଣ ଚନ୍ଦ୍ର ପ୍ରତାପ ସିଂହ, ମ୍ୟୁନିସିପାଲ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ସଭାପତି ଅଶୋକ ନାୟକ, ରୋଟାରିଆନ କାଶିନାଥ ମହାନ୍ତି, ପ୍ରଶାନ୍ତ କୁମାର ରଣା, ଧନେଶ୍ୱର ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜୀବନ ତ୍ୟାଗପୁତ ଥିଲା ବୋଲି ପ୍ରକାଶ କରି ଜନସେବାରେ ତାଙ୍କ ଜୀବନ ଅଭିପ୍ରେତ ଥିଲା ବୋଲି ମତବ୍ୟକ୍ତ କରିଥିଲେ। ଚୌଦ୍ୱାର ସାହିତ୍ୟ ସଂସଦର ସଂପାଦକ ଦିବ୍ୟଜ୍ୟୋତି ପାଣି ସ୍ୱାଗତ ଭାଷଣ ଓ ଟାଙ୍ଗୀ-ଚୌଦ୍ୱାର ଆଇନଜୀବୀ ସଂଘର ସଂପାଦକ ଚନ୍ଦ୍ର ପ୍ରକାଶ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସ୍ଥାନୀୟ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ଶିକ୍ଷାବିତ୍ କୈଳାସ ଚନ୍ଦ୍ର ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରାଦ୍ଧୋତ୍ସବରେ ଶିକ୍ଷା କେନ୍ଦ୍ରର ମୁଖ୍ୟ ମାନସ କୁମାର ସାହୁ, ଚୌଦ୍ୱାର ନୀଳଚକ୍ରର ସଭାପତି ଅଶୋ କୁମାର ନାୟକ, ରାଜେଶ ଓଝା, ରମେଶ ତରାଇ, ଧନେଶ୍ୱର ସାହୁ, ସୁକାନ୍ତ ଦାସ,ପଲ୍ଲବି ସାହୁ, ଗାୟତ୍ରୀ ସାହୁ ପ୍ରମୁଖ ଉତ୍କଳମଣିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଚୌଦ୍ୱାର ପ୍ରେସ୍ କ୍ଲବ୍
ଚୌଦ୍ୱାର ପ୍ରେସ୍ କ୍ଲବରେ ଉତ୍କଳମଣିଙ୍କ ୯୩ତମ ପୂଣ୍ୟତିଥି ପାଳିତ ହୋଇ ଯାଇଛି । କ୍ଲବ୍ ସଭାପତି ଦାମୋଦର ସାହୁଙ୍କ ପୌରୋହିତ୍ୟରେ ଶୁକ୍ରବାର ଅପରାହ୍ଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରମେଶ ଚନ୍ଦ୍ର ସାମଲ, ଗଙ୍ଗାଧର ସାହୁ, ଏସ୍.କେ. ପଣ୍ଡା, ଆଶୁତୋଷ ଦାସ, ପ୍ରକାଶ କୁମାର ନାୟକ, ସୁଧାକର ସାମନ୍ତରାୟ, ଲକ୍ଷ୍ମୀଧର ଦାସ, ଜୟପ୍ରଦୀପ ଦାସ, ସୁରେଶ ପୃଷ୍ଟି ପ୍ରମୁଖ ଉତ୍କଳମଣିଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Comments are closed.