କରୋନା ମୁକାବିଲା : ୨୪ ଘଣ୍ଟାରେ ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲ ବନ୍ଦ କରିବାକୁ ନିର୍ଦେଶ

ଭୁବନେଶ୍ବର : କରୋନା ଭାଇରସକୁ ରୋକିବା ପାଇଁ ରାଜ୍ୟ ସରାକର ତତ୍ପର ହୋଇ ଉଠିଛନ୍ତି। କରୋନାର ମୁକାବିଲା ପାଇଁ ମାର୍ଚ୍ଚ ୩୧ ଯାଏଁ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ହଷ୍ଟେଲ ଖାଲି କରିବା ପାଇଁ ନିର୍ଦେଶ ହୋଇଛି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଓ ମେସ୍ ଗୁଡିକୁ ବନ୍ଦ କରିବା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏହି ଘୋଷଣା ହୋଇଛି। ଯେଉଁ ବିଭାଗ ଗୁଡିକରେ ମିଡ୍ ସେମିଷ୍ଟର ପରୀକ୍ଷା ରହିଛି, ସେ ବିଷୟରେ ମାର୍ଚ୍ଚ ୩୧ ତାରିଖ ପରେ ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି।

Comments are closed.