ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’ ଅନଲାଇନ୍ ଆଲୋଚନାଚକ୍ର

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’ ସମ୍ପର୍କରେ ଆଲୋଚନାଚକ୍ର ଆଜି ଅନଲାଇନ୍ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ମୋ କଲେଜ ଅଭିଯାନ’ର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବିଷୟରେ ସୂଚନା ଦେବା ସହିତ ଏଥିପାଇଁ ଶିକ୍ଷକ ମାନଙ୍କ ଦାୟିତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍କଳ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ପୁରାତନ ଛାତ୍ର ସଂଘର ସଭାପତି  ବିଜୟ କୁମାର ପଟ୍ଟନାୟକ, ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଫେସର କୁଞ୍ଜ ବିହାରୀ ପଣ୍ଡା, ବିଶ୍ଵବିଦ୍ୟାଳୟର ‘ମୋ କଲେଜ’ ପରିଚାଳକ, ସ୍ୱାଗତ ଭାଷଣ ଦେଇଥିବାବେଳେ ଆଲୁମ୍ନି କନେକ୍ଟର ସଭ୍ୟା ଡଃ ଅନସୂୟା ନାଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାରେ ପ୍ରାୟ ନବେ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ।

Comments are closed.