ଉତ୍କଳ ବିଶ୍ବବିଦ୍ୟାଳୟରେ ଆନ୍ତବିଦ୍ୟାଳୟ ପୁରୁଷ ବାସ୍କେଟ ବଲ କ୍ରୀଡା ପ୍ରତିଯୋଗିତା

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟରେ ୩୧ ଡିସେମ୍ବରରୁ ୧ ଜାନୁଆରୀ ପର୍ଯ୍ୟନ୍ତ ଦୁଇ ଦିନ ଧରି ବିଜୁ ପଟ୍ଟନାୟକ ସ୍ପୋର୍ଟସ କମ୍ପ୍ଲେକ୍ସରେ ପିଜି ଆଥଲେଟିକ କ୍ଲବ ଆନ୍ତଃ ମହାବିଦ୍ୟାଳୟ ବାସ୍କେଟ୍ ବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୮ରୁ ଊର୍ଦ୍ଧ୍ବ ମହାବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ। ବିଜେବି କଲେଜ ଏବଂ ଦେବରାୟ କଲେଜ ମଧ୍ୟରେ ଖେଳା ଯାଇଥିବା ଚିତ୍ତାକର୍ଷକ ଫାଇନାଲ ମ୍ୟାଚରେ ବିଜେବି କଲେଜ ଶେଷ ୩୦ ସେକେଣ୍ଡରେ ବିଜୟୀ ହୋଇଥିଲେ। ଉଦଯାପନ ସମାରୋହରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜୟୀ ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଡ.ସୁରେନ୍ଦ୍ର କୁମାର ସାହୁ, ବିତ୍ତ ନିୟନ୍ତ୍ରକଙ୍କ କ୍ରୀଡା ପ୍ରତିଯୋଗିତାର ଉଦଘାଟନ କରିଥିଲେ ଏବଂ ପ୍ରତିଯୋଗୀମାନଙ୍କୁ କ୍ରୀଡା ମନୋବୃତି ସହ ଖେଳିବାକୁ ପରାମର୍ଶ ଦେଇଥିଲେ। କ୍ରୀଡା ନିର୍ଦେଶକ ଡ.ଚିନ୍ମୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକାରୀ ସମ୍ପାଦକ ତଥା ପିଜି ଆଥଲେଟିକ କ୍ଲବର ଉପସଭାପତି କୀର୍ତ୍ତି ରଞ୍ଜନ ମଲ୍ଲିକଙ୍କ ସହ କ୍ରୀଡା ପ୍ରଶିକ୍ଷକ ବେଣୁଧର ଦାସ, ପ୍ରବୀର ମହାନ୍ତି ଏବଂ ଚତୁର୍ଭୂଜ ଜେନା ପ୍ରମୁଖ କ୍ରୀଡା ସୁପରିଚାଳନାରେ ସହାୟତା ପ୍ରଦାନ କରିଥିଲେ।

Comments are closed.