ଉତ୍କଳ ବିଶ୍ୱବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ, ‘ସ୍ୱଚ୍ଛ ଭାରତ ଅଭିଯାନ’ ଶୁଭାରମ୍ଭ କଲେ କୁଳପତି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା(ଏନଏସଏସ) ସହଯୋଗରେ ବାଣୀବିହାର ଅହିଂସା ସ୍ଥଳରେ ଜାତିରପିତା ମହାତ୍ମା ଗାନ୍ଧୀଙ୍କର ୧୫୨ତମ ଜୟନ୍ତୀ ତଥା ବିଶ୍ୱ ଅହିଂସା ଦିବସ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ, କୁଳସଚିବ ଅଭୟ କୁମାର ନାୟକ ପ୍ରମୁଖ ଅହିଂସା ସ୍ଥଳରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏକ ମାସ ବ୍ୟାପୀ ସ୍ୱଚ୍ଛଭାରତ ଅଭିଯାନର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର କୁଞ୍ଜବିହାରୀ ପଣ୍ଡା, ସୁବାସ ଦାଶ, କୀର୍ତ୍ତିରଞ୍ଜନ ମଲ୍ଲିକ, ସୁଶାନ୍ତ କୁମାର ବଡ଼ମାଳୀ, ସ୍ମିତା ମଲ୍ଲିକ, ସ୍ୱପ୍ନା ପ୍ରଭୁ, ରମେଶ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ।


ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ସଂଯୋଜକ ଡ.ବ୍ରଜ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ବାଣୀବିହାର ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗଦେଇ ଏକ ମାସ ବ୍ୟାପୀ ଚାଲିବାକୁ ଥିବା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ବିଶ୍ୱବିଦ୍ୟାଳୟର ଅନ୍ୟ ଅଧିକାରୀ, କର୍ମଚାରୀ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ବାଣୀବିହାର ପରିସରକୁ ସଫାସୁତୁରା କରିଥିଲେ। ଏନଏସଏସ ବ୍ୟୁରୋ ଅଧିକାରୀ ରବିନାରାୟଣ ପାତ୍ର, ପ୍ରଶାନ୍ତ କୁମାର ମହାରଣା, ମମତାଲତା ଦାସ, ସୁବାଷ ପ୍ରଧାନ, ଜିତେନ୍ଦ୍ର କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.