ତ୍କଳ ବିଶ୍ବବିଦ୍ୟାଳୟରେ ସମ୍ବିଧାନ ପ୍ରଣୟନ ଦିବସ ପାଳିତ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ସୋସିଆଲ ଏକ୍ସକ୍ଲୁଜନ ଆଣ୍ଡ ଇନ୍‌କ୍ଲୁସିଭ ପଲିସି ଏବଂ ଆମ୍ବେଦକର ଅଧ୍ୟୟନ କେନ୍ଦ୍ର ପକ୍ଷରୁ ୭୨ତମ ଭାରତୀୟ ସମ୍ବିଧାନ ପ୍ରଣୟନ ଦିବସ ନ୍ୟୁଏକାଡେମିକ ବିଲ୍‌ଡିଂରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗଦେଇ ଭାରତୀୟ ସମ୍ବିଧାନର ଉପଯୋଗୀତା ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ। ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ବସନ୍ତ କୁମାର ମଲ୍ଲିକ ସ୍ବାଗତ ଭାଷଣରେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବଦକରଙ୍କ ଦର୍ଶନ ଓ ସଂଘର୍ଷମୟ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ପ୍ରଫେସର ଏସ.ଏନ. ମିଶ୍ର ସମ୍ବିଧାନର ପ୍ରିୟାମ୍ବଲ, ସାମାଜିକ ନ୍ୟାୟ ଓ ମାନବ ଅଧିକାର ବିଷୟରେ ସାରଗର୍ଭକ ମନ୍ତବ୍ୟ ପ୍ରଦାନ କରିଥିଲେ। ଏଥି ସହିତ ପ୍ରଫେସର ବିଜୟ କୁମାର ବହିଦାର ସମ୍ବିଧାନର ବିଭିନ୍ନ ବ୍ୟବସ୍ଥା, ଅନୁଚ୍ଛେଦ ଓ ଅନୁସୂଚୀ, ସାମାଜିକ ସୁରକ୍ଷା ବ୍ୟବସ୍ଥା, ସଂରକ୍ଷଣ ବ୍ୟବସ୍ଥା, ନାରୀ ଅଧିକାର, ଶିଶୁ ଅଧିକାର, ଜୀବନ ନିର୍ବାହ ସମ୍ପର୍କିତ ଆଇନଗୁଡ଼ିକ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ଉକ୍ତ ଆଲୋଚନାଚକ୍ରରେ ସୋସିଆଲ ଏକ୍ସକ୍ଲୁଜନ ଆଣ୍ଡ ଇନ୍‌କ୍ଲୁସିଭ ପଲିସିର ସହକାରୀ ନିର୍ଦେଶକ ଡ.ରମେଶଚନ୍ଦ୍ର ମଲ୍ଲିକ ଭାଷା ଆଇନ ଓ ତା’ର କାର୍ଯ୍ୟକାରିତା ବିଷୟରେ ଆଲୋକପାତ କରିଥିଲେ। ପ୍ରଫେସର ଏ.ଏ.ଖାନ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର ବହୁ ସଂଖ୍ୟକ ଗବେଷକ ଓ ଗବେଷିକା, ଛାତ୍ରଛାତ୍ରୀ ଏଥିରେ ଯୋଗଦେଇଥିଲେ।

Comments are closed.