ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଟିଟିଏମ୍‍ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟୁରିଜିମ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟ(ଆଇଆଇଟିଟିଏମ୍‍) ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଏବଂ ଆଇଆଇଟିଟିଏମ୍‍ର ନୋଡାଲ ଅଫିସର ଡ.ମହମ୍ମଦ ସବିର ହୁସେନ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉନ୍ନତି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ବିନିମୟ ସହିତ ଜାତୀୟ ଓ ଅନ୍ତର୍ଜାତୀୟ ଆଲୋଚନାଚକ୍ରର ଓ କର୍ମଶାଳାର ମିଳିତ ଆୟୋଜନ, ସଂସ୍କୃତି ଓ ପର୍ଯ୍ୟଟନର ବିଭିନ୍ନ ଆନ୍ତଃ ବିଷୟକ ଉପରେ ଗବେଷଣା, ଶୈିକ ବିନିମୟ କାର୍ଯ୍ୟକ୍ରମ କ୍ଷେତ୍ରରେ ଉଭୟ ଶିକ୍ଷାନୁଷ୍ଠାନ ମିଳିତ ଭାବେ କାର୍ଯ୍ୟ କରିବେ। ଛାତ୍ରଛାତ୍ରୀମାନେ ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ରରେ ସାମୁହିକ ଭାବେ ଗବେଷଣା କରିବା ପାଇଁ ସୁଯୋଗ ପାଇପାରିବେ। ନିଯୁକ୍ତି ଓ ଦକ୍ଷତା ବିକାଶ କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ ବୋଲି ସୂଚନା ଦିଆଯାଇଛି।

Comments are closed.