ଉତ୍କଳ ସାମ୍ବାଦିକ ସଂଘର ୭୮ତମ ପ୍ରତିଷ୍ଠା ଉତ୍ସବ, ମିଳିତ ହେଲେ ସବୁ ସଂଘର ନେତୃବୃନ୍ଦ

ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ତଥା ସର୍ବବୃହତ୍ ସାମ୍ବାଦିକ ସଂଗଠନ ‘ଉତ୍କଳ ସାମ୍ବାଦିକ ସଂଘ’ର ୭୮ତମ ପ୍ରତିଷ୍ଠା ଉତ୍ସବ ସଂଘର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ପୌରହିତ୍ୟ କରିଥିଲେ। ଏଥିରେ ରାଜ୍ୟର ଭିନ୍ନ ଭିନ୍ନ ୯ଟି ସଂଘର ନେତୃବୃନ୍ଦ ଏକତ୍ରିତ ହୋଇ ଆଲୋଚନାରେ ଭାଗ ନେଇ ସର୍ବସମ୍ମତି ସହମତ ପ୍ରକାଶ କଲେ କି, ଆଗାମୀ ଦିନରେ ସାମ୍ବାଦିକ ସୁରକ୍ଷା ଆଇନ, ଅବସରକାଳୀନ ଭତ୍ତା, ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି ପ୍ରସଙ୍ଗରେ ମିଳିତ ଭାବେ ସଂଗ୍ରାମ ଜାରି ରଖିବେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ, ସନତ ମିଶ୍ର, ଭାଗବତ ତ୍ରିପାଠୀ, ବିମଳ ଭଞ୍ଜଦେଓ, ବିପିନ ସିଂ, ପାର୍ଥସାରଥୀ ଜେନା, ମାଧବାନନ୍ଦ ବେଉରା, ବାଉରୀବନ୍ଧୁ ମହାରଣା, ସଞ୍ଜୟ ଦାସ, ପବିତ୍ର ମହାରଥା, ଦେବ ମହାପାତ୍ର, ସମ୍ବିତ ରାୟ, ସୁପ୍ରିୟା ଦାସ, ଅଶୋକ ସାହୁ, ଅଶୋକ ମିଶ୍ର, ପରେଶ ଜେନା, ଉମେଶ ସାମନ୍ତରାୟ, ଜୟଦେବ ବେହେରା, ଅସିତ ଦାସଙ୍କ ସମେତ ମୟୁରଭଞ୍ଜ ଓ ମାଲକାନଗିରି ଜିଲ୍ଲାର ୧୦ରୁ ଊର୍ଦ୍ଧ୍ବ ସାମ୍ବାଦିକ ପ୍ରମୁଖ ସଂଘର କାର୍ଯ୍ୟଧାରାରେ ଖୁସି ବ୍ୟକ୍ତ କରି ସଦସ୍ୟତା ଗ୍ରହଣ କରିଥିଲେ।

 

ଏହି ଉତ୍ସବରେ ୩୦ଟି ଜିଲ୍ଲାରୁ ସଭାପତି ଓ ବହୁ ସଂଖ୍ୟାରେ କର୍ମକର୍ତ୍ତା ଯୋଗଦେଇ ସାମ୍ବାଦିକତା ଓ ବୃତ୍ତିଗତ ସମସ୍ୟା ସମାଧାନ ଦିଗରେ ସରକାରଙ୍କ ଆଭିମୁଖ୍ୟ ନେଇ ନିଜ ନିଜର ମତ ରଖିଥିଲେ। ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସଂଘର ମୁଖପତ୍ର ‘ଓଡ଼ିଶା ବାର୍ତ୍ତାଜୀବୀ’ର ଉନ୍ମୋଚନ କରାଯାଇଥିଲା। ଏଥିରେ ବୈଷ୍ଣବ ଚରଣ ଜେନା, ବିଜୟ କୁମାର ପଣ୍ଡା, ଅର୍ଦ୍ଦେନ୍ଦୁ ଦାସ, ନିରଞ୍ଜନ ବିଶ୍ୱାଳ, ସୁଜ୍ଞାନୀ ଚୌଧୁରୀ, ପପୁ ମହାନ୍ତି, ଶଶିଭୂଷଣ ପ୍ରହରାଜ ପ୍ରମୁଖ ସାମିଲ ହୋଇ ନିଜର ମତ ରଖିଥିଲେ। ଏହାପରେ କୋଷାଧ୍ୟକ୍ଷ ରାଜେନ ଚୌଧୁରୀ ରାଜ୍ୟ ସଭାପତିଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରିଥିଲେ। ସାମ୍ବାଦିକ ବ୍ରଜ ସିଂ ଓ ତୀର୍ଥବାସୀ ରଥଙ୍କ ବିୟୋଗରେ ଶୋକସଭା ସହ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ବୈଠକରେ ଜିଲା ଶାଖା ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ଦୁର୍ଯ୍ୟୋଧନ ପାତ୍ର, ପ୍ରଭାତ ମିଶ୍ର, ଭାଗବତ ତ୍ରିପାଠୀ, ଶ୍ରୀକାନ୍ତ ଖଟେଇ, ରତ୍ନାକର ବେହେରା, ରାଧାକାନ୍ତ ମିଶ୍ର, ରମାନନ୍ଦ ସ୍ୱାଇଁ, ତ୍ରିବିକ୍ରମ ମହାପାତ୍ର, ସନ୍ତୋଷ ଦାସ, ହରିହର ସ୍ୱାଇଁ, ପ୍ରଦୀପ ତ୍ରିପାଠୀ, ଜଗଦୀଶ ପୁରୋହିତ, ସାଧାରଣ ସମ୍ପାଦକ ଶଶାଙ୍କ ମିଶ୍ର, ଲୋକନାଥ ଦଳେଇ, ରାଜେଶ ମହାନ୍ତି, ସରୋଜ ବେହେରା, ପଦ୍ମଲୋଚନ ପାତ୍ର, ହାରାଧନ ବାନାର୍ଜୀ, ମଦନ ପାଣି, ସୁଦର୍ଶନ ସେନାପତି, ଜାତୀୟ ପରିଷଦର ସଦସ୍ୟ ସୁବାସ ମହାପାତ୍ର, ସୁବାସ ପ୍ରଧାନ, ଆଦର୍ଶ ପଟ୍ଟନାୟକ, ଦେବାଶିଷ ପୁରୋହିତ ପ୍ରମୁଖ ସାମିଲ ଥିଲେ। ଏହି କାର୍ଯ୍ୟକ୍ରମକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ଜିତେନ୍ଦ୍ର ସାହୁୁ, ନୃସିଂହ ପ୍ରସାଦ ମହାପାତ୍ର, ମନୋଜ ପ୍ରଧାନ, ଭରତ ବେହେରା, ଜିତେନ୍ଦ୍ର ମହାନ୍ତି, ଟୁଲୁ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

Comments are closed.